ତାଳଚେର ଓ ଅନୁଗୁଳରେ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ୍ : ବିପଦରେ ସହରବାସୀଙ୍କ ଜୀବନ

697

କନକ ବ୍ୟୁରୋ : ଦିନକୁ ଦିନ ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଶିଳ୍ପାୟନ, ସହରୀକରଣ, ଆଧୁନିକୀରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଆଗାମୀ ଦିନରେ ମଧ୍ୟ ଏଥି ପାଇଁ ମଣିଷସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କୁହନ୍ତି । ଆଜିର ଦିନରେ ବିଶୁଦ୍ଧ ପାଣି-ପବନ ପାଇବା ବେଶ୍ କଷ୍ଟକର ହୋଇପଡ଼ୁଛି ।

air pollution

ଅନୁଗୁଳ-ତାଳଚେରରେ ଭୟଙ୍କର ବାୟୁ ପ୍ରଦୂଷଣ । ଏଠାରେ ଲୋକାମାନେ ପ୍ରତିଦିନ ନିଶ୍ୱାସ ପ୍ରଶ୍ସାସରେ ବିଷ ଗ୍ରହଣ କରୁଛନ୍ତି । ଆର୍ଥିକ ପ୍ରଗତିର ମାଧ୍ୟମ ପାଲଟିଥିବା ଏହି ଦୁଇ ସହରର ବାୟୁ ମଣ୍ଡଳରେ ନାଇଟ୍ରୋଜେନ୍ ଡାଇଅକ୍ସସାଇଡ଼ର ମାତ୍ରା ବହୁତ ଅଧିକ । ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ନୂତନ ସାଟେଲାଇଟ୍ ତଥ୍ୟ ଓ ଗ୍ରିନସିପ୍ ପକ୍ଷରୁ କରାଯାଇଥିବା ସମୀକ୍ଷାରୁ ଏ ତଥ୍ୟ ମିଳିଛି ।


ବିଶ୍ୱର ୫୦ଟି ପ୍ରଦୂଷିତ ସହରରକୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଆଉ ଏହି ତାଲିକାରେ ଭାରତର ୩ଟି ସହର ସାମିଲ ଅଛି । ଦିଲ୍ଲୀ-ଏନସିଆର ଭାରତର ସସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି ତାଲିକାରୁ ଜଣାପଡ଼ିଛି । ତା’ପରେ ରହିଛି ତାଳଚେର ଓ ଅନୁଗୁଳ । ଏଠାରେ କଳକାରଖାନାରୁ ନିର୍ଗତ ହେଉଥିବା ଧୂଆଁ ଓ ପରିବହନ ବ୍ୟବସ୍ଥା ଯୋଗୁଁ ଅଧିକ ବାୟୁ ପ୍ରଦୂଷଣ ହେଉଛି । ଅନୁଗୁଳ ଓ ତାଳଚେର ଅଂଚଳରେ ପ୍ରତିଦିନ ହଜାର ହଜାର ଟ୍ରକରେ ସାମଗ୍ରୀ ପରିବହନ ହେଉଛି । ଆଉ ଏଥିପାଇଁ ପ୍ରଦୂଷଣ ଦ୍ୱିଗୁଣିତ ହେଉଛି ।

ତାଳଚରେ ଓ ଅନୁଗୁଳରେ ଅନେକ ଛୋଟବଡ଼ ଷ୍ଟିଲପ୍ଲାଂଟ, କୋଇଲା ଖଣି, ନାଲକୋ ଓ ଏନଟିପିସି କରି ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ରହିଛି । ଆଉ ଏହି ସବୁ କଳାକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ବାଷ୍ପ ଏବେ ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଲୋକେ ପ୍ରଦୂଷିତ ବାୟୁକୁ ନିଶ୍ୱାସପ୍ରଶ୍ୱାସରେ ବ୍ୟବହାର କରୁଛନ୍ତି । ଉଭୟ ସହରରେ କୋଇଲା ଖଣି ଯୋଗୁଁ ଧୂଳିକଣାରେ କୃତ୍ରିମ କୁହୁଡ଼ିର ଚାଦର ଦେଖିବା ପାଇଁ ମିଳୁଛି । ତାଳଚେର ଅନୁଗୁଳର ଯୋଗୁଁ ସରକାର ନିଜର ଅର୍ଥନୀତି ଭଣ୍ତାରକୁ ସମୃଦ୍ଧ କରୁଥିବା ବେଳେ ଲୋକମାନେ ପ୍ରତିବଦଳରେ ରୋଗ କିଣୁଛନ୍ତି । ତେବେ ବେଳ ଥାଉ ଥାଉ ପ୍ରତିକାର କରାନଗଲେ ପରିସ୍ଥିତି ଆଗକୁ ଆହୁରି ଭୟାନକ ହୋଇପଡ଼ିବ ଏଥିରେ ସନ୍ଦେହ ନାହିଁ ।