ଗୁଣ୍ଡିଚା ମନ୍ଦିରରେ ପହଁଚିଲା ତାଳଧ୍ୱଜ : ବର୍ଷା ସତ୍ୱେ ଲକ୍ଷାଧିକ ଭକ୍ତଙ୍କ ସମାଗମ

38

କନକ ବ୍ୟୁରୋ : ଗୁଣ୍ଡିଚା ବାଡିରେ ପହଁଚିଲା ବଳଭଦ୍ରଙ୍କ ରଥ ତାଳଧ୍ୱଜ । ବର୍ଷା ସତ୍ୱେ ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ଟାଣି ଟାଣି ନେଇଛନ୍ତି ରଥ । ଗତକାଲି ବଳଗଣ୍ଡି ନିକଟରେ ଅଟକି ରହିଥିଲା ତାଳଧ୍ୱଜ । ପୁରୀ ମାର୍କେଟ୍ ଛକ ନିକଟରେ ଅଟକି ଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଛନ୍ତି ଭକ୍ତ ।

ଦେବୀ ସୁଭଦ୍ରାଙ୍କ ରଥକୁ ମଧ୍ୟ ଟାଣୁଛନ୍ତି ଭକ୍ତ । ଆଜି ସକାଳୁ ରଥ ମାଉସୀ ମା’ ଘର ଅଭିମୁଖେ ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ପାଗ ଅନୁକୂଳ ଥିବାରୁ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା ଶ୍ରୀକ୍ଷେତ୍ରରେ ।

ଦେଖନ୍ତୁ ଏହି ଭିଡ଼ିଓ –