ପ୍ରତିଦିନ ଚା’ପିଇଲେ ବଢେ ସୃଜନଶୀଳତା ଓ ଏକାଗ୍ରତା : ରିସର୍ଚ୍ଚରୁ ରିପୋର୍ଟ

48

 ଚା’ ଏମିତି ଏକ ପାନୀୟ ଜିନିଷ ଯାହାକୁ ଦୁନିଆର ଛୋଟ ଠାରୁ ବଡ ସମସ୍ତେ ପସନ୍ଦ କରିଥାନ୍ତି । ଥଣ୍ଡା ବେଳେ ଟିକେ ଗରମ ଗରମ ଚା’ ପାଟିରେ ନେଇଗଲେ , କି ଆରାମ ସତେ । କିନ୍ତୁ ଅନେକ ବର୍ଷ ସବୁ ସମୟରେ ପିଇବାକୁ ଭଲ ପାଆନ୍ତି । ବ୍ରିଟିଶ ଶାସନ ସମୟରେ ଭାରତରେ ଏହାର ଔଦ୍ୟୋଗିକ ଉତ୍ପାଦନ ଆରମ୍ଭ ହୋଇଥିଲା । ହ୍ୱାଇଟ୍ , ବ୍ଲାକ୍ ଓ ଗ୍ରୀନ ଟି ରୂପରେ ମିଳୁଥିିବା ଚା ଅନେକ ପ୍ରକାରର ଫାଇଦାପୂର୍ଣ୍ଣ ଗୁଣରେ ଭରପୁର । ନିକଟରେ ଚୀନରେ ଚା’ କୁ ନେଇ ହୋଇଥିବା ଏକ ଅଧ୍ୟନରେ ଏହି କଥା ସାମ୍ନାକୁ ଆସିଥିଲା କି ଚା’ ପିଇବା ଦ୍ୱାରା ଲୋକଙ୍କ ମାନସିକ ଏକାଗ୍ରତା ଓ ରଚନାତ୍ମକ ଦିଗରେ ଉନ୍ନତି ଘଟିଥାଏ ।

ଚୀନର ପିକିଙ୍ଗ ୟୁନିଭର୍ସିଟିରେ ହୋଇଥିବା ରିସର୍ଚ୍ଚରେ ଆନୁମାନିକ ୨୩ ବର୍ଷ ବୟସର ୫୦ ଜଣ ବିଦ୍ୟାର୍ଥିଙ୍କୁ ସାମିଲ୍ କରାଯାଇଥିଲା । ରିସର୍ଚ୍ଚରେ ଏହା ଜାଣିବାକୁ ମିଳିଥିଲା ଯେ ଚା’ ପିଇବାର କିଛି ସମୟ ଭିତରେ ସେମାନଙ୍କଠାରେ ସକରାତ୍ମକ ପ୍ରଭାବ ଦେଖାଦେଇଥିଲା । ଥିୟାନିନ୍ ଓ କେଫିନ୍ ରେ ଭରପୁର ଚା’ ଏକାଗ୍ରତା ବଢାଇବା ବ୍ୟତୀତ ବ୍ୟକ୍ତିର ସୃଜନଶୀଳତା କ୍ଷମତାକୁ ସକ୍ରିୟ କରିବାରେ କାମ କରିଥାଏ ।

ଫୁଡ୍ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସରେ ପ୍ରକାଶିତ ଏହି ରିସର୍ଚ୍ଚରେ ସାମିଲ୍ ୫୦ଜଣ ବିଦ୍ୟାର୍ଥିମାନଙ୍କ ଭିତରୁ ୨୫ ଜଣ ବିଦ୍ୟାର୍ଥିଙ୍କୁ ଏକ ଗ୍ଲାସ୍ ଗରମ ପାଣି ଓ ଅନ୍ୟ ୨୫ ଜଣଙ୍କୁ ବ୍ଲାକ୍ ଟି ପିଇବାକୁ ଦିଆଯାଇଥିଲା । ଏହାପରେ ରିସର୍ଚ୍ଚ କର୍ତ୍ତା ଏମାନଙ୍କ ସୃଜନଶୀଳତାର ପରୀକ୍ଷା କଲେ । ଜଣା ପଡିଥିଲା କେବଳ ପାଣି ପିଇଥିବା ପ୍ରତିଯୋଗୀଙ୍କ ଅପେକ୍ଷା ଚା’ ପିଇଥିବା ପ୍ରତିଯୋଗୀ ଅଧିକ ଅଙ୍କ ପ୍ରାପ୍ତ କରିଥିଲେ ।

ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି କି ଏହି ରିସର୍ଚ୍ଚ ଲୋକଙ୍କ ରଚନାତ୍ମକ ସ୍ତରରେ ଚା’ ପିଉଥିବା ଲୋକଙ୍କ ଉପରେ ପ୍ରଭାବକୁ ଅଧ୍ୟୟନ କରିବା ପାଇଁ କରାଯାଇଥିଲା ।

( ସୌଜନ୍ୟ- ଜନସତ୍ତା)