ସୁସ୍ଥ ଓ ଖୁସି ରହିବା ପାଇଁ ଚାହୁଁଛନ୍ତି କି ? ଅଫିସରୁ କିଛି ଦିନ ପାଇଁ ଛୁଟି ନିଅନ୍ତୁ

40

ଆଜିକା ସମୟରେ ପୁରୁଷ ହୁଅନ୍ତି ବା ସ୍ତ୍ରୀ ସମସ୍ତେ କର୍ମଜୀବି । ଘରେ ବସି ନରହି କିଛି ନା କିଛି କରିବା ପାଇଁ ପସନ୍ଦ କରୁଛନ୍ତି ଲୋକେ । ଯୁଗ ବଦଳିବା ସଙ୍ଗେ  ସଙ୍ଗେ ସମସ୍ତଙ୍କୁ ସମୟର ତାଳେ ତାଳେ ଚାଲିବା ପାଇଁ ପଡ଼ୁଛି । ଆପଣ ବି ଯଦି କାମ କରି କରି ଥକି ଯାଇଥାନ୍ତି, ତେବେ କିଛି ଦିନ କାମରୁ ବିରତି ନିଅନ୍ତୁ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ତାଜା ରଖିବ ।

ଅଫିସରୁ କିଛି ଦିନ ଛୁଟି ନେଇ ଭ୍ରମଣରେ ଯାଆନ୍ତୁ , ଯାହା ଆପଣଙ୍କ ମନକୁ ଖୁସି ରଖିବ । କାମର ଚାପ, ସମସ୍ତଙ୍କର ଦାୟିତ୍ଵ, ବିଭିନ୍ନ ଚିନ୍ତା ଏପରିକି ଧାଁ ଧଉଡ ଜୀବନଶୈଳୀ ମଧ୍ୟରେ ଟିକେ ବିଶ୍ରାମ ନେବାକୁ ସମୟ  ନାହିଁ । ଏହାର ପ୍ରଭାବ ପଡୁଛି ଆମ ଶରୀର ଉପରେ । ଯାହାଦ୍ଵାରା ଅସୁସ୍ଥ ଜୀବନଯାପନ କରିବାକୁ ବାଧ୍ୟ ହେଉଛେ । ଗବେଷକମାନେ ପ୍ରକାଶ କରିଛିନ୍ତି ଯେ ଯଦି ସୁସ୍ଥ ଜୀବନଯାପନ କରିବାକୁ ଚାହୁଁଥାନ୍ତି, ତେବେ କର୍ମକ୍ଷେତ୍ରରୁ କିଛିଦିନ  ବିରତି ନିଅନ୍ତୁ । ବିରତି ବା ଛୁଟି ନେବାଦ୍ଵାରା ମନ ଓ ମସ୍ତିଷ୍କ ଚଳଚଞ୍ଚଳ କାର୍ଯ୍ୟରୁ ବାହାରି ଚାପମୁକ୍ତ ହୁଏ । ଶରୀରକୁ ବିଶ୍ରାମ ମିଳିବା ସହ ମାନସିକ ଶନ୍ତି ମିଳେ ।

ମନ ଠିକ୍ ରହେ – ନିଜ ସହରଠାରୁ ଦୂରକୁ ବୁଲିବାକୁ ଯିବା ସମୟରେ ଖାଦ୍ୟପେୟରେ ବିବିଧତା ଆସେ । ଏହି ଛୁଟିର ମଜାକୁ ବଢାଇ ଦିଏ । ଖାଦ୍ୟ ବିବିଧତା ରହିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ହାଡ ଶକ୍ତ ହୁଏ । ବାହାରେ ବୁଲିବା ହେତୁ ସୂର୍ଯ୍ୟ କିରଣ ଶରୀର ଉପରେ ପଡି ତ୍ଵଚା ରୋଗ ଦୂର ହୋଇଯାଏ । ଶରୀର ସୁସ୍ଥ ରହିବା ସହ ଭ୍ରମଣ ଯୋଗୁଁ ମିଜାଜ୍ ବି ଠିକ୍ ରହେ ।

ଚିନ୍ତା କମ୍ ହୁଏ – କାମ ଛାଡି ମଝିରେ ମଝିରେ ବିଶ୍ରାମ ଦରକାର । ସେଥିଲାଗି ସମୟ ମିଳିଲେ ଭିନ୍ନ ଏକ ସ୍ଥାନକୁ ବୁଲିବାକୁ ଯାଆନ୍ତୁ । ଏହାଦ୍ଵାରା ମନୋରଞ୍ଜନ ହେବ, ଶରୀର ଓ ମନ ସୁସ୍ଥ ରହିବ । ଫଳରେ ଚିନ୍ତା ଦୂର ହୋଇଯାଏ ଓ ମସ୍ତିଷ୍କକୁ ସକ୍ରିୟ ରହେ ।

କାର୍ଯ୍ୟଦକ୍ଷତା ବଢେ – ଗବେଷକଙ୍କ କହିବାନୁସାରେ, କାମ ଚାପରୁ କିଛି ଦିନ ଅବସର ନେଲେ କାର୍ଯ୍ୟଦକ୍ଷତା ବଢେ । ଛୁଟିରେ ସମସ୍ତ କାମଠାରୁ ଦୂରରେ ରହି ମଉଜ ମସ୍ତି କରିବା ଦ୍ଵାରା ଶରୀର ଓ ମନରେ ନୂଆଁ ଶକ୍ତି ସୃଷ୍ଟି  ହୁଏ । ଆଗକୁ ବଢିବା ପାଇଁ ନୂତନ ତଥା ସକରାତ୍ମକ ଚିନ୍ତା ଆସେ ଯାହାକି ଆମର କାର୍ଯ୍ୟ କରିବାର ଦକ୍ଷତାକୁ ବୃଦ୍ଧି କରେ ।

ହୃଦରୋଗରୁ ମୁକ୍ତି – ଯେଉଁ ବ୍ୟକ୍ତି ବର୍ଷକୁ ଦୁଇ ଥର ଲମ୍ଭା ଛୁଟି ନିଅନ୍ତି, ତାଙ୍କଠାରେ ହୃଦ୍ ରୋଗର ସମସ୍ୟା ଅନ୍ୟମାନଙ୍କ ଅପେକ୍ଷା ୮ ଗୁଣ କମ୍ ଦେଖାଯାଏ । ଯେଉଁ ବ୍ୟକ୍ତି ବର୍ଷକୁ ଠାରେ ମାତ୍ର ଛୁଟି ନିଏ ନାହିଁ, ତାର ହୃଦ୍ ରୋଗର ସମସ୍ୟା ୩୨ ପ୍ରତିଶତ ବଢିଯାଏ ।

ନୂତନ ଶକ୍ତି ସଂଚାର ହୁଏ – ଛୁଟି ସମୟରେ ନକାରାତ୍ମକ ଓ ଦାମୀ ଜିନିଷଠାରୁ ପୁରା ଦୂରେଇ ରହି ଛୋଟ ଛୋଟ ଜିନିଷରେ ଖୁସି ମନାନ୍ତୁ । କୌଣସି ଜିନିଷ ଯୋଜନା ଅନୁରୂପ ନ ହୋଇଥିଲେ, ବିକଳ୍ପ ଉପରେ ଧ୍ୟାନ ଦିଅନ୍ତୁ, ଯାହା ସହଜରେ ହୋଇପାରିବ । ଭ୍ରମଣ ସ୍ଥାନର ଆଖପାଖ ସୌନ୍ଦର୍ଯ୍ୟର ମଜା ଉଠାନ୍ତୁ । ନୂଆ ନୂଆ ଖାଦ୍ୟର ମଜା ଉଠାନ୍ତୁ । ଏହାଦ୍ଵାରା ଆପଣଙ୍କ ଭିତରେ ଏକ ଶକ୍ତି ସୃଷ୍ଟି ହୋଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।