ଜାରି ରହିଛି ଥଣ୍ଡାର ପ୍ରକୋପ : ଶୀତ ଦିନରେ ଏମିତି ରଖନ୍ତୁ ପିଲା ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟର ଯତ୍ନ

494

ଉତ୍ତର ଓ ପୂର୍ବ ଭାରତରେ ଥଣ୍ଡାର ପ୍ରକୋପ ବଢ଼ୁଛି । ସବୁଠି ଶୀତ ଲହରୀ ଚାଲିଛି । ଏତେ ଥଣ୍ଡାରେ ଶୀତ ବସ୍ତ୍ର କୌଣସି କାମକୁ ଆସୁନି । ଗରମ କପଡା ପିନ୍ଧିବା ପରେ ବି ରୋଗିଣା ହେବାର ଆଶଙ୍କା ବଢ଼ିଯାଏ । ସବୁଠାରୁ ଅଧିକ ଯତ୍ନ ଘରର ବୃଦ୍ଧ ଓ ପିଲାଙ୍କ ରଖିବାକୁ ପଡେ । ଏହା ସହିତ ରୋଗୀଙ୍କୁ ମଧ୍ୟ ଏହି ଦିନରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡେ । ପ୍ରବଳ ଥଣ୍ଡା ଓ ଶୀତ ଲହରୀ ହୃଦୟ ରୋଗୀଙ୍କ ପାଇଁ ବିପଦ ଆଣିପାରେ । ବିଶେଷଜ୍ଞଙ୍କ କହିବାନୁସାରେ, ଶୀତ ଦିନେ ରକ୍ତ କଣିକା ସଂକୁଚିତ ହୋଇଯାଏ । ଯାହାର ପ୍ରଭାବ ହୃଦୟ ପର୍ଯ୍ୟନ୍ତ ରକ୍ତ ପହଂଚାଉଥିବା ଧମନୀ ଉପରେ ପଡିଥାଏ । ଏବଂ ହୃଦଘାତ ଆଶଙ୍କା ବଢ଼ିଯାଏ । ଏହା ଠାରୁ ବଂଚିବା ପାଇଁ ଅଧିକ ଥଣ୍ଡା ପରିବେଶ ଠାରୁ ଦୂରେଇ ରହିବା ଉଚିତ୍ । ଯଦି ବାହାରକୁ ଯିବା ଜରୁରୀ, ତେବେ ଠିକ୍ ଭାବରେ ଟୋପି, ଗ୍ଲଭସ, ପାଦରେ ମୋଜା ପିନ୍ଧିବା ଭୁଲନ୍ତୁ ନାହିଁ । ଆସ୍ଥମା, ରକ୍ତଚାପ ଓ ହୃଦରୋଗୀ ନିଜ ଔଷଧ ଠିକ୍ ସମୟରେ ନେବା ଉଚିତ୍ । ଥଣ୍ଡାରୁ ବଂଚିବା ପାଇଁ ସବୁଠାରୁ ଭଲ ଉପାୟ ଏହା ଯେ, ଥଣ୍ଡା ହେଲେ ବି ପାଣି ପିଇବା ନିହାତି ଆବଶ୍ୟକ ।

    • ସକାଳ ଓ ସନ୍ଧ୍ୟାର ଶୀତ ବୃଦ୍ଧଙ୍କ ପାଇଁ ବିପଦଜନକ ହୋଇପାରେ । ଯେଉଁଦିନ ଅଧିକ ଥଣ୍ଡା ରହିବ , ସେହି ଦିନ ସକାଳ ସନ୍ଧ୍ୟାରେ ଚାଲନ୍ତୁ ନାହିଁ । ଅଧିକ ଫ୍ୟାଟଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ସିଗାରେଟ୍ ଓ ମଦ ଠାରୁ ଦୂରେଇ ରୁହନ୍ତୁ । କଅଁଳ ଖରାର ମଜା ନିଅନ୍ତୁ । ହେଲେ ମୁଣ୍ଡକୁ ଅତ୍ୟଧିକ ଗରମ କରନ୍ତୁ ନାହିଁ । କିଛି କିଛି ବ୍ୟାୟାମ କରନ୍ତୁ ।

  • ଥଣ୍ଡା ପାଗ ପିଲାଙ୍କ ପାଇଁ ମଧ୍ୟ ଅଧିକ ବିପଦଜନକ ହୋଇପାରେ । ସର୍ଦ୍ଦିରେ ପିଲାଙ୍କୁ ଜ୍ୱର ଓ ତରଳ ଝାଡା ହୋଇପାରେ । ଏହାକୁ ଅଣଦେଖା କରନ୍ତୁ ନାହିଁ । ପିଲାଙ୍କୁ ବାହାର ଖାଦ୍ୟ ଦିଅନ୍ତୁ ନାହିଁ । ପିଲାଙ୍କୁ ଉଷୁମ ପାଣି ପିଇବାକୁ ଦିଅନ୍ତୁ । ଅଧିକ ତେଲ ମସଲା ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ । ୬ମାସର ଛୁଆକୁ ଗରମ କପଡା ପିନ୍ଧାଇ ରଖନ୍ତୁ ।