ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ କେନ୍ଦ୍ରର ନୂଆ ଯୋଜନା ! ଗୁଗଲ ଓ ଫେସବୁକକୁ ଦେଲେ ଗୁରୁଦାୟିତ୍ୱ

71

ଇଣ୍ଟରନେଟରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ଲାଗିବ ରୋକ୍ । ସରକାର ଏନେଇ ଯୋଜନା ଆରମ୍ଭ କରିବେ । ଇଣ୍ଟରନେଟରେ ଦିନକୁ ଦିନ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବଢ଼ୁଥିବାର ଦେଖି କେନ୍ଦ୍ର ସରକାର ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆପତ୍ତିଜନକ କମେଣ୍ଟ ଉପରେ ରୋକ ଲଗାଇବା ପାଇଁ ଇଂଟରନେଟର ମହାରଥୀ କୁହାଯାଉଥିବା ଗୁଗଲ, ଫେସବୁକ ଓ ୟୁଟ୍ୟୁବ୍ ପରି ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଏହି କମ୍ପାନି ଗୁଡ଼ିକୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟର କଠୋର ନିୟମ ପରେ କମ୍ପାନୀ ଗୁଡ଼ିକ ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ।

ତଥାପି ସରାକର ଏଥିରେ ସନ୍ତୁଷ୍ଟ ନାହାନ୍ତି । ଏଥିପାଇଁ ସେ ଆଉ ଅଧିକ କଡ଼ା ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏନେଇ ରିସର୍ଚ୍ଚ ମଧ୍ୟ ଆରମ୍ବ ହୋଇଯାଇଛି । ସରକାରଙ୍କ ଅନୁସାରେ ଅଭିଯୋଗ କରିବା ପରିବର୍ତ୍ତେ ଏପରି କଣ୍ଟେଟକୁ ଅପଲୋଡ଼ ଉପରେ ରୋକ ଲଗାଯାଉ । ଏହା ପୂର୍ବରୁ ଆଇଟି କର୍ମଚାରୀ, ଗୃହ ମନ୍ତ୍ରାଳୟ ଓ ସୋସିଆଲ ମିଡ଼ିଆ କମ୍ପାନିର ଅଧିକାରୀଙ୍କ ମଧ୍ୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିଗ ପ୍ରତି ଆଲୋଚନା ହୋଇଥିଲା ବୈଠକରେ । ବୈଠକରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବନ୍ଧ କରିବା ପାଇଁ କିଛି କିୱାର୍ଡ଼ ସାମିଲ କରାଯାଇଛି । ଏହି କିୱାର୍ଡ଼ ଦ୍ୱାରା ଜଣାପଡ଼ିବ କେଉଁ କଣ୍ଟେଂଟ ସୋସିଆଲ ମିନିଆରେ ପୋଷ୍ଟ କରିହେବ ।

ଗତ ବର୍ଷ ଜାୟନୁୟାରୀ ମାସରୁ ଏବେ ପର୍ଯ୍ୟନ୍ତ କେତେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଆପତ୍ତିଜନକ କମେଣ୍ଟ ଅପଲୋଲ କରିବାର ଅଭିଯୋଗ ହୋଇଛି, ସେ ବିଷୟରେ ଅବଗତ ହେବା ପାଇଁ ସୁପ୍ରିମକୋର୍ଟ ଫେସବୁକ, ଗୁଗଲ, ୟାହୁ ଓ ହ୍ୱାଟସଆପ ପରି ସୋସିଆଲ ମିଡ଼ିଆ ସାଇଟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ଦ୍ଦେଶ । ଏହାସହ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏଥି ସମ୍ମନ୍ଧୀୟ କେତେ ଅଭିଯୋଗ ହୋଇଛି ଓ କେତେ ତଦନ୍ତ ହେଉଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ସରକାର ଏନେଇ ଏକ ପୋର୍ଟାଲ ମଧ୍ୟ ଆଣୁଛନ୍ତି ସରକାର । ଯେଉଁଠି ଲୋକେ ସିଧାସଳଖ ଅଭିଯୋଗ କରିପାରିବେ । କାରଣ ପୋଲିସରେ ଏପରି ଅଭିଯୋଗ କଲେ ଅନେକ ପ୍ରକିୟା ଦେଇ ଯିବା ପାଇଁ ପଡ଼ୁଛି । କିନ୍ତୁ ଏହି ପୋର୍ଟାଲ ଜରିଆରେ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ ହୋଇପାରିବ ।