ଦିନସାରା କମ୍ପ୍ୟୁଟରରେ କାମ କରୁଥିବା ବ୍ୟକ୍ତି ରୁହନ୍ତୁ ସାବଧାନ: ଆଖି ଉପରେ ପଡିବ କ୍ଷତିକାରକ ପ୍ରଭାବ, ଏପରି ଭାବେ ନିଅନ୍ତୁ ନିଜ ଆଖିର ଯତ୍ନ

46

ଆଜିର ଏହି ଡିଜିଟାଲ ଯୁଗରେ ପାଖାପାଖି ସମସ୍ତ କାମ କମ୍ପ୍ୟୁଟର, ଲ୍ୟାପଟପ ଏବଂ ସ୍ମାର୍ଟଫୋନର ସହାୟତାରେ ହେଉଛି । ଅଫିସରେ କାମ କରୁଥିବା ଲୋକଙ୍କ ଅଧିକ ସମୟ କମ୍ପ୍ୟୁଟର, ଲ୍ୟାପଟପରେ ବିତେ । କେବଳ ଅଫିସରେ କାମ କରୁଥିବା ବ୍ୟକ୍ତି ନୁହେଁ ବରଂ ଯେଉଁମାନେ ନିଜ ଦିନର ଅଧିକାଂଶ ସମୟ ଲ୍ୟାପଟପ ଓ ସ୍ମାର୍ଟଫୋନରେ ବିତାନ୍ତି, ସେମାନେ ଏମିତି କରି କେବଳ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରୁଥିବା ସହ ଆଖିକୁ ବି ଦୁର୍ବଳ କରୁଛନ୍ତି ।

ଲ୍ୟାପଟପ, ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟରରେ ଅଧିକ ସମୟ ବିତାଇବା ଆମ ପାଇଁ ବାଧ୍ୟତା ଏବଂ ଏମିତି କରିବାକୁ ଆମକୁ ଭଲ ବି ଲାଗେନି । ଯଦି ଆମେ ଏହି ଜିନିଷକୁ ଛାଡିପାରିବା ନାହିଁ, ତେବେ ଆମେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହାର କୁପ୍ରଭାବକୁ ନିୟନ୍ତ୍ରଣ କରିପାରିବା । ଲ୍ୟାପଟପ ଓ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଦ୍ୱାରା ହେଉଥିବା କୁପ୍ରଭାବ ଆମ ଆଖି ଉପରେ ପଡେ । ସେଥିପାଇଁ ଆମେ ଆପଣଙ୍କୁ ଆଖିର ଯତ୍ନ ନେବା ପାଇଁ କିଛି ଟିପ୍ସ ଦେବାକୁ ଯାଉଛୁ । କମ୍ପ୍ୟୁଟର, ଲ୍ୟାପଟପ, ଟ୍ୟାବଲେଟ ଏବଂ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ନିୟମିତ ଭାବେ ଆଖିର ଯାଂଚ କରିବା ଜରୁରୀ ଅଟେ । ଯେଉଁ ଲୋକମାନେ ଅଧିକାଂଶ ସମୟ ଏହି ଜିନିଷର ବ୍ୟବହାର କରନ୍ତି, ତାଙ୍କ ଆଖିରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇପାରେ, ତେବେ ଏହାର ଲକ୍ଷଣ ଏହି ପ୍ରକାରର ହୋଇପାରିବ ।

• ଆଖି ଝାପ୍ସା ଦେଖାଯିବା

• ଗୋଟିଏ ଜିନିଷ ଦୁଇ ବା ତତୋଧିକ ଦେଖାଯିବା

• ଆଖି ଶୁଷ୍କ ପଡିବା ଓ ନାଲି ପଡିଯିବା

• ଆଖି ରେ ଜଳାପୋଡା ହେବା

• ମୁଣ୍ଡ ବ୍ୟଥା ଏବଂ ଆଖି ଖୋଲିବାରେ କଷ୍ଟ ହେବା
ଏମିତି ନେବେ ଆଖିର ଯତ୍ନ :

• କମ୍ପ୍ୟୁଟରରେ କାମ କରୁଛନ୍ତି ଯଦି ଜାଣି ରଖନ୍ତୁ କମ୍ପ୍ୟୁଟର ସ୍କ୍ରିନ ଠାରୁ ଆଖି ମଧ୍ୟରେ ସର୍ବନିମ୍ନ ୧୮-୩୦ ଇଂଚ ଦୂରତା ରହିବା ଜରୁରୀ ।

• କମ୍ପ୍ୟୁଟର ସ୍କ୍ରିନ ଆଗରେ ଯଦି ଆଣ୍ଟି –ଗ୍ଲେୟର ଫିଲ୍ଟର ଲଗାଉଛନ୍ତି, ତେବେ ଏହା ଆପଣଙ୍କ ଆଖି ପାଇଁ ଠିକ ହେବ ।

• କାମ କଲାବେଳେ ଯଦି ଆଖି ଶୁଖିବାକୁ ଲାବେ, ତେବେ ମଝିରେ ମଝିରେ ଆଖି ମିଟିମିଟି କରନ୍ତୁ, ଆବଶ୍ୟକ ପଡିଲେ ଆଏ ଡ୍ରପ ବ୍ୟବହାର କରି ଆଖିକୁ ଓଦା କରନ୍ତୁ ।

• କମ୍ପ୍ୟୁଟର, ସ୍ମାର୍ଟଫୋନରେ କାମ କରୁଥିବା ଲୋକଙ୍କୁ ଲଗାତାର ଭାବେ ପ୍ରତି ଦୁଇ ଘଣ୍ଟା ପରେ ନିଜ କାମରୁ ୧୫ ମିନିଟ ପାଇଁ ବ୍ରେକ ନେବା ଜରୁରୀ ।

ଆପଣ ଯଦି ଏହି ଛୋଟ ଛୋଟ ଟିପ୍ସକୁ ନିଜର ନିତିଦିନିଆ କାମରେ ସାମିଲ କଲେ ଦୀର୍ଘ ସମୟ ଧରି ଅଫିସରେ କାମ କଲେ ବି ଆପଣଙ୍କ ଆଖି ସୁସ୍ଥ ରହିବ ।