ମହିଳା ବନ୍ଧୁଙ୍କୁ ୱାଟର ପାର୍କ ନେଇ ଯାଉଛନ୍ତି କି ? ଏହି ୫ ଟି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

45

ଗରମ ଦିନରେ ଯୁବପିଢ଼ୀ କ୍ୟାଣ୍ଡେଲ ଲାଇଟ ଡିନର, ସିନେମା ଦେଖିଯିବା ଅପେକ୍ଷା ୱାଟର ପାର୍କ ଯିବା ପାଇଁ ଅଧିକ ପସନ୍ଦ କରନ୍ତି । ଯଦି ଆପଣ ବି ନିଜର ମହିଳା ବନ୍ଧୁଙ୍କୁ ୱାଟର ପାର୍କ ନେବା ପାଇଁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଏହି ୫ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

• ନିଜର ମହିଳା ବନ୍ଧୁଙ୍କୁ ୱାଟର ପାର୍କ ନେଇଯିବା ସମୟରେ ଧ୍ୟାନ ଦିଅନ୍ତୁ ସେଠାରେ ଉପସ୍ଥିତି ଶିଶୁ ଓ ବୟସ୍କ ଲୋକଙ୍କ ସମ୍ମୁଖରେ କିଛି ଏପରି ବ୍ୟବହାର କରନ୍ତୁ ନାହିଁ, ଯାହା ଆପଣଙ୍କ ଚିତ୍ର ଖରାପ ହେବ ।

• ୱାଟର ପାର୍କ ଗଲେ ମଧ୍ୟ ଶାଳୀନତା ସହ ପୋଷାକ ପିନ୍ଧନ୍ତୁ ।

• ୱାଟର ପାର୍କ ଯିବା ପୂର୍ବରୁ ନିଜ ଶରୀରରେ ଭଲ ସନସ୍କ୍ରିନ ଲୋସନର ପ୍ରୟୋଗ କରନ୍ତୁ ।

• ଆପଣ ସବୁବେଳେ ନିଜର ଟାୱେଲର ବ୍ୟବହାର କରିବା ଉଚିତ । ଅନ୍ୟର ଟାୱେଲ ବ୍ୟବହାର କରିବା ଦ୍ୱାରା ଆପଣ ଇନଫେକ୍ସନର ଶିକାର ହୋଇପାରନ୍ତି ।

• ୱାଟର ପାର୍କ ଯିବା ସମୟରେ ନିଜର ପୋଷାକ ସହ ଅନ୍ତଃବସ୍ତ୍ର ନେବାକୁ ଭୁଲନ୍ତୁ ନାହିଁ ।