ଖରାଦିନରେ ଏଭଳି ନିଅନ୍ତୁ ଆଖିର ଯତ୍ନ, ଆଖି ସମସ୍ୟାରୁ ମିଳିବ ଉପଶମ

64

ଖରା ଦିନରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ । ପ୍ରଚଣ୍ଡ ଖରାରେ ଆଖିର ଯତ୍ନ ରଖିବା ଉଚିତ । ଗରମ ପବନ ଆଖିରେ ବାଜିବା ଦ୍ୱାରା ଆଖିରେ ବହୁତ ସମସ୍ୟା ହୋଇଥାଏ । ପ୍ରଚଣ୍ଡ ଖରାର କିରଣ ଆଖିରେ ପଡିଲେ ଫ୍ଲୁ, ଆଖି ନାଲି ପଡିଯିବା, ଆଖି ଶୁଖିଲା ରହିବା, କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ଭଳି ସମସ୍ୟା ସାମନାକୁ ଆସେ । ଏହି ସମସ୍ୟା ବଢ଼ୁଥିବା ପ୍ରଦୂଷଣ ଏବଂ ଦୀର୍ଘ ସମୟ ଧରି କମ୍ପ୍ୟୁଟରରେ କାମ କରିବା କାରଣରୁ ହୁଏ । ଏହାପରେ ଆଖି ବ୍ୟଥା ହୁଏ ଓ ଆଖିରୁ ପାଣି ବାହାରେ । ସେଥିପାଇଁ ଆମେ ଆପଣଙ୍କ କିଛି ଟିପ୍ସ କହିରଖୁଛୁ, ଯାହା ଆଖି ପାଇଁ ଲାଭଜନକ ।

• ଖରାରେ ଅତି ବାଇଗଣୀ ରଶ୍ମିରୁ ଆଖିକୁ ବଂଚାଇବା ପାଇଁ ଘର ବାହାରକୁ ବାହାରିବା ବେଳେ ଛତାର ବ୍ୟବହାର କରନ୍ତୁ । ତା’ ସହ ସନଗ୍ଲାସ ଲଗାଇବା ଭୁଲନ୍ତୁନି । ଖାଦ୍ୟରେ ସବୁଜ ପନିପରିବା ଯେପରିକି, ପାଳଙ୍ଗ, ଗାଜର, ସୋରିଷ, ଗଜା ମୁଗର ସେବନ କରନ୍ତୁ । ଦିନରେ ସର୍ବନିମ୍ନ ୨ ଲିଟର ପାଣି ପିଅନ୍ତୁ, ଯଦ୍ୱାରା ଶରୀରରୁ ମଇଳା ଝାଳ ଆକାରରେ ବାହାରିବ ଓ ଶରୀର ଆର୍ଦ୍ର ରହିବ ।

• ଖରା ଦିନରେ ଆଖିରେ ଥଣ୍ଡା ପାଣି ଛିଂଚନ୍ତୁ । ଏହା ବ୍ୟତୀତ ଆଖି ଉପରେ କାକୁଡି ଓ ତୁଳାରେ ଗୋଲାପ ଜଳ ଲଗାଇ ରଖନ୍ତୁ । ଯେତେବେଳେ ବି ଆଖିର ମେକଅପ ନେଉଛନ୍ତି ତ ଅନ୍ୟ କାହାର ଜିନିଷ ବ୍ୟବହାର କରନ୍ତୁନି । ଲଗାତାର କମ୍ପ୍ୟୁଟରରେ କାମ କରିବା ଦ୍ୱାରା ବି ଆଖିରେ ଜଳାପୋଡା ହୁଏ । ମଝିରେ ମଝିରେ ଆଖି ମିଟିମିଟି କରିବା ଜରୁରୀ । ଭରପୁର ଶୋଇବା ବି ଆଖି ପାଇଁ ନିହାତି ଜରୁରୀ ।