ଯୁଦ୍ଧ ହେଲେ ଗୋଟିଏ ଚୁଟକିରେ ନକ୍ସାରୁ ପାକିସ୍ତାନର ଚିହ୍ନ ହଜାଇ ଦେଇପାରେ ଭାରତ । ଜାଣନ୍ତୁ କ’ଣ ରହିଛି ଭାରତ ଓ ପାକିସ୍ତାନର ମିଜାଇଲ ଶକ୍ତି ।
କନକ ବ୍ୟୁରୋ : ସାରା ବିଶ୍ୱରେ ଚତୁର୍ଥ ସାମରିକ ଶକ୍ତି ଭାବେ ପରିଚିତ ଭାରତକୁ ଯୁଦ୍ଧ ଭୟ ଦେଖାଉଛି ପାକିସ୍ତାନ । ଜାମ୍ମୁ-କାଶ୍ମୀରକୁ ନେଇ ଉତ୍ତେଜନା ଭିତରେ ପରୀକ୍ଷଣ କରିଛି ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିଜାଇଲ । ହେଲେ ଭାରତ ପାଖରେ ଅଛି ଅଗ୍ନି-୫ ଭଳି ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ । ୫ ହଜାରରୁ ଅଧିକ ଦୂର ପର୍ଯ୍ୟନ୍ତ ନିକ୍ଷେପ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ର ପାକିସ୍ତାନ ଓ ଚୀନର ଯେକୌଣସି ସହରକୁ ଟାର୍ଗେଟ୍ କରିବାକୁ ସମର୍ଥ । ୧୫ ଶହ କିଲୋ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଏହି ମିଜାଇଲ, ଗୋଟିଏ ଚୁଟକିରେ ନକ୍ସାରୁ ପାକିସ୍ତାନର ଚିହ୍ନ ହଜାଇ ଦେଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବୁଧବାର ରାତିରେ ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲର ପରୀକ୍ଷଣ କରିଛି ପାକିସ୍ତାନ । ଯାହାର ଲକ୍ଷ୍ୟଭେଦ କ୍ଷମତା ସର୍ବାଧିକ ୩୨୦ କିଲୋମିଟର । ଏହାକୁ ନେଇ ଉଛୁଳୁଛନ୍ତି ଇମ୍ରାନ ସରକାର । ହେଲେ ଭାରତ ପାଖରେ ଏମିତି ଭିନ୍ନ ଭିନ୍ନ ଚାରିଟି ସ୍ୱଳ୍ପ ଦୂରଗାମୀ ମିଜାଇଲ ରହିଛି । ପୃଥ୍ୱୀ ସିରିଜର ଦୁଇଟି ଓ ଧନୁଷ ଭଳି ବାଲିଷ୍ଟିକ୍ ଏବଂ ସ୍ୱଳ୍ପ ଦୂରଗାମୀ କ୍ରୁଜ ମିଜାଇଲ ବ୍ରହ୍ମୋସ ରହିଛି ଭାରତୀୟ ବାୟୁସେନା ପାଖରେ । ଟିକେ ନଜର ପକାନ୍ତୁ ଉଭୟ ଭାରତ ଓ ପାକିସ୍ତାନର ମିଜାଇଲ ଶକ୍ତି ଉପରେ ।
ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିଜାଇଲ
ଭାରତ ପାକିସ୍ତାନ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ପୃଥ୍ୱୀ-୧ ୧୫୦ କିମି ୧ ହଜାର କିଲୋ ହତଫ- ୧୭୦ କିମି ୫ଶହ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ପୃଥ୍ୱୀ-୨ ୩୫୦ କିମି ୭୫୦ କିଲୋ ହତଫ- ୧ ଏ ୧୦୦ କିମି ୫ଶହ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ପୃଥ୍ୱୀ-୩ ୩୫୦ କିମି ୧ ହଜାର କିଲୋ ହତଫ- ୧ ବି ୧୦୦ କିମି ୫୦୦ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ଧନୁଷ ୩୫୦ କିମି ୧ ହଜାର କିଲୋ ହତଫ- ୨ ୨୦୦ କିମି ୪୫୦ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ପ୍ରହାର ୧୫୦ କିମି ୨୦୦ କିଲୋ ହତଫ- ୨ ଏ ୮୦୦ କିମି ୩୫୦ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ସାଗରିକା ୭୦୦ କିମି ୮୦୦ କିଲୋ ହତଫ- ୩ ଏ ୩୨୦ କିମି ୭୦୦ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ଅଗ୍ନି-୧ ୧୨ଶହ କିମି ୨ ହଜାର କିଲୋ ହତଫ- ୪ ୭୫୦ କିମି ୭୦୦ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ସୌର୍ଯ୍ୟ ୭୦୦ କିମି ୮୦୦ କିଲୋ ହତଫ- ୯ ୬୦ କିମି ଜଣାନାହିଁ
ସ୍ୱଳ୍ପ ଦୂରଗାମୀ କ୍ରୁଜ ମିଜାଇଲ
ଭାରତ ପାକିସ୍ତାନ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ବ୍ରହ୍ମୋସ ୫୦୦ କିମି ୩୦୦ କିଲୋ ହତଫ- ୭ ୭୫୦ କିମି ୫୦୦ କିଲୋ
ମିଜାଇଲ ରେଞ୍ଜ ପେ-ଲୋଡ୍ ମିଜାଇଲ ରେଞ୍ଜ ପେ-ଲୋଡ୍
ନିର୍ଭୟ ୧ ହଜାର କିମି ୪୫୦ କିଲୋ ହତଫ- ୮ ୩୫୦ କିମି ୧ ହଜାର କିଲୋ
ଶେଷରେ ଦେଖନ୍ତୁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଦେଶଙ୍କ ସାମରିକ କ୍ଷମତା
ସାମରିକ କ୍ଷମତା ଭାରତ ପାକିସ୍ତାନ
ସ୍ଥଳସେନା ୧୨ ଲକ୍ଷ ଯବାନ ୫.୬ ଲକ୍ଷ ଯବାନ
ଟ୍ୟାଙ୍କ୍ ୩୫୬୫ ୨୪୯୬
ବାୟୁସେନା ୧.୨୭ ଲକ୍ଷ ଯବାନ ୭୦ ହଜାର ଯବାନ
ଫାଇଟର ଜେଟ୍ ୮୧୪ ୪୨୫
ନୌସେନା ୬୭,୭୦୦ ଯବାନ ୨୫,୦୦୦ ଯବାନ
ବୁଡା ଜାହାଜ ୧୬ ୮
ଯୁଦ୍ଧ ଜାହାଜ ୭୫ ୮
ସୈନ୍ୟ ସଂଖ୍ୟାଠାରୁ ଆରମ୍ଭ କରି ଯୁଦ୍ଧ ଜାହାଜ ଓ କ୍ଷେପଣାସ୍ତ୍ର ସବୁଥିରେ ଭାରତଠାରୁ ଖୁବ ଦୁର୍ବଳ ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇ କେବଳ ଲୋକହସା ହେଉଛି । ଏହି ପରିସଂଖ୍ୟାନକୁ ଦେଖିଲେ ସହଜରେ ଅନୁମାନ କରିହେଉଛି ଯେ, ଲଢେଇ ହେଲେ କାହାର ହେବ ଜିତାପଟ । ଯେଉଁଥିପାଇଁ ପାକିସ୍ତାନ ସରକାରଙ୍କ ଯୁଦ୍ଧ ସୃଷ୍ଟି କଲାଭଳି ବାରମ୍ବାର ବୟାନ୍ ସତ୍ୱେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ମୋଦି ସରକାର ।