ସାବଧାନ ! ସ୍ୱାସ୍ଥ୍ୟ ପାଇଁ ହାନିକାରକ ଏହିସବୁ ଫଳର ରସ

166

ସାଧାରଣ ଜୀବନଶୈଳୀରେ ଫଳର ରସ ଶରୀର ପାଇଁ ବହୁତ ଉପକାରୀ । କିନ୍ତୁ ଏମିତି କିଛି ଫଳର ରସ ରହିଛି ତାହା ଶରୀର ପାଇଁ କ୍ଷତିକାରକ ଅଟେ । ବିଶେଷଜ୍ଞଙ୍କ ମତାନୁସାରେ ଏମିତି କିଛି ଫଳ ରସ ରହିଛି ଯାହା ଆମ ଶରୀର ପାଇଁ ହାନିକାରକ ମଧ୍ୟ ହୋଇପାରେ । ଫଳ ରସ ଏବଂ ଥଣ୍ଡାପାନୀୟରେ ଚିନିର ପରିମାଣ ସମାନ ଭାବରେ ରହିଥାଏ ।

ଆମେ ଯଦି ତିନି ସପ୍ତାହ ପର୍ଯ୍ୟନ୍ତ ଲଗାତର ଭାବରେ ଫଳ ରସକୁ ପାନୀୟ ଭାବରେ ବ୍ୟବହାର କରିବା ତେବେ ଆମେ ମଧୁମେୟ ରୋଗର ଶିକାର ହେବା ସହିତ ମୋଟା ମଧ୍ୟ ହେଇଯାଇଥାଉ । ତେଣୁ ଆମେ ଫଳ ରସ ବ୍ୟବହାର କରିବା ପୂର୍ବରୁ କୋଉ ଫଳ ରସ ଆମ ପାଇଁ ହାନିକାରକ ହେବ ନାହିଁ, ତା’ ଉପରେ ନଜର ରଖିବା ବହୁତ ଜରୁରୀ ଅଟେ । ଏବେ ନଜର ପକାଇବା କୋଉ ଫଳ ରସ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ପ୍ରଥମେ ହେଲା କମଳାକୁ କେବଳ ଫଳ ଭାବରେ ବ୍ୟବହାର କରିବା ଉଚିତ୍, ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । କମଳାର ରସ ଆମେ ବାହାର କରିଦେବା ପରେ ଏହାର ଫାଇବର ନଷ୍ଟ ହୋଇଯାଇଥାଏ, ଏବଂ ସେଥିରେ ରହିଥିବା ବଳକା ଫ୍ରପେଟଜ୍ ଶରୀରରେ ମଧୁମେୟ ରୋଗ ହେବାର ଭୟ ରହିଥାଏ ।

ଆଉ ଗୋଟିଏ ଫଳ ହେଲା ଡାଳିମ୍ବ । ଯଦି ଆମକୁ କୈାଣସି ରୋଗର ଶିକର ହୋଇଛେ ତେବେ,ଡାଳିମ୍ବର ରସ ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଡାଳିମ୍ବର ରସ ପିଇସାରିଲା ପରେ ଯଦି ଆମେ ସାଙ୍ଗେସାଙ୍ଗେ ଔଷଧ ଖାଇବା ତେବେ ଏହା ଆମ ଶରୀରରେ ଠିକ୍ ଭାବରେ କାମ କରିବ ନାହିଁ ।

ଆଖୁ ରସ ମଧ୍ୟ ଶରୀର ପାଇଁ ଠିକ୍ ନୁହଁ । ସାଧାରଣତଃ ଆଖୁ ରସ ବହୁତ ମିଠା, ଏହା ବହୁତ ମିଠା ହୋଇଥିବାରୁ ଆମେ ଯଦି ଏହାକୁ ସବୁଦିନ ପିଇବା ତେବେ ରକ୍ତରେ ଚିନିର ପରିମାଣ ବଢିଯାଇଥାଏ । ଯଦି ରକ୍ତରେ ଚିନିର ପରିମାଣ ବଢିଯିବ, ତେବେ ଆମେ ମୋଟା ହେବା ସହିତ ମଧୁମେୟରେ ମଧ୍ୟ ଆକ୍ରାନ୍ତ ହେବାର ଭୟ ରହିଥାଏ ।