ତାଜମହଲର ସୁରକ୍ଷା ଲାଗି ଉତ୍ତରପ୍ରଦେଶ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କଲେ ଭିଜନ ଡକ୍ୟୁମେଣ୍ଟ : ତାଜମହଲକୁ ଘୋଷଣା କରାଯ।ଇ ପାରେ ‘ନୋ ପ୍ଲାଷ୍ଟିକ ଜୋନ’ !

22

କନକ ବ୍ୟୁରୋ : ତାଜମହଲର ସୁରକ୍ଷାକୁ ନେଇ ସରକାର ସବୁବେଳେ ଅନେକ ପଦକ୍ଷେପ ନେଇଥିବା ଦେଖାଯାଇଛି । ଏପରିକି ତାଜମହଲରେ ଜଣେ ମୁସଲମାନ ସେଠାରେ ବସି ନମାଜପାଠ କରୁଥିବା ସମୟରେ ତାଙ୍କୁ ହେପାଜତକୁ ନେଇଥିଲା ପୋଲିସ । ସେତେ ବେଳ ସମୟରେ କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ , ଏହାଏକ ପର୍ଯ୍ୟଟନ ସ୍ଥଳୀ । ତେଣୁ ଏଠାକେ କୈାଣସି ପ୍ରକାରର ଧର୍ମୀୟ ଭାବନାକୁ ନେଇ କାମ କରାଯାଇ ପାରିବ ନାହିଁ । ତେବେ ଏହାରି ମଧ୍ୟରେ ତାଜମହଲର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଭିଜନ୍ ଡକ୍ୟୁମେଣ୍ଟ୍ ଦାଖଲ କରିଛନ୍ତି। ସପ୍ତଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏହାର ସୌନ୍ଦର୍ୟ୍ୟ ହରାଇ ବସୁଥିବାରୁ ସୁପ୍ରିମ୍ କୋର୍ଟ ନିକଟରେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।

ଉତ୍ତର ପ୍ରଦେଶ ସରକାର ଜଷ୍ଟିସ ଏମ୍ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଭିଜନ୍ ଡକ୍ୟୁମେଣ୍ଟ୍ ଦାଖଲ କରିବା ସହ ସୁରକ୍ଷା ବାବଦ ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ କରାଯିବାକୁ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ସମ୍ପୂର୍ଣ୍ଣ ତାଜମହଲ ପରିସର – ‘ନୋ ପ୍ଲାଷ୍ଟିକ୍ ଜୋନ୍’ ତଥା ପ୍ଲାଷ୍ଟିକ୍ ନିଷିଦ୍ଧ ଅଞ୍ଚଳ ରୂପେ ଘୋଷଣା ହେବ। ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପସଂସ୍ଥାଗୁଡ଼ିକୁ ବନ୍ଦ କରିବା ପାଇଁ ସରକାର ସମୟସୀମା ମଧ୍ୟ ଧାର୍ୟ୍ୟ କରିଛନ୍ତି। ତାଜମହଲ୍ ପରିସରରେ ପାଣି ବଟଲ୍ ବ୍ୟବହାର ମଧ୍ୟ ନିଷିଦ୍ଧ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ତାଜମହଲରେ ଶିଉଳି ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହାୟତା ନିଆଯିବ। ତାଜମହଲର ସୌନ୍ଦର୍ୟ୍ୟ ଅତୁଟ ରଖିବା ଦିଗରେ ସାମାନ୍ୟତମ ଅବହେଳା ମଧ୍ୟ ହେବନାହିଁ ବୋଲି ସରକାର କହିଛନ୍ତି। ତାଜମହଲକୁ ଦେଖିବା ପାଇଁ ସାରା ବିଶ୍ୱରୁ ଅନେକ ଲୋକ ଆସିଥାଆନ୍ତି । ତେଣୁ ହୋର ସୁରକ୍ଷା ପାଇଁ ମଧ୍ୟ ଅନେକ ଉନ୍ନୟନ ମୂଳକ ପଦକ୍ଷେପ ନେବାରେ ଆବଶ୍ୟକତା ରହିଛି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଗି ଦିଗରେ ତତ୍ପର ହୋଇଥିବା ଦେଖିବାକୁ ମିଳିଛି ।