ଦୁନିଆରେ ରହିଛି ଦୁଇଟି ତାଜମହଲ ! ଗରିବଙ୍କ ତାଜମହଲ ନାଁରେ ଖୁବ୍ ପ୍ରସିଦ୍ଧ ।

134

ଦୁନିଆର ସପ୍ତମ ଅଜୁବା ବୋଲାଉଥିବା ‘ତାଜମହଲ’ର ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଦେଶ ଏବଂ ଦେଶ ବାହାରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପ୍ରେମର ପ୍ରତୀକ ‘ତାଜମହଲ’ର କାହାଣୀ ଖୁବ୍ ହୃଦୟସ୍ପର୍ଶୀ ହୋଇଥିବାରୁ ବହୁଳ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଅବାକ୍ ହେବା ସହ ବିଶ୍ୱାସ ମଧ୍ୟ କରିବେ ନାହିଁ । କିନ୍ତୁ ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସମ୍ପୁର୍ଣ୍ଣ ସତ ଆଜ୍ଞା । ବିଶ୍ୱପ୍ରସିଦ୍ଧ ତାଜମହଲ କେବଳ ଆଗ୍ରାରେ ରହିନାହିଁ ଅବିକଳ ତାଜମହଲ ଭଳି ଦେଖାଯାଉଥିବା ଆଉ ଏକ ମିନାର ରହିଛି ପଡୋଶୀ ଦେଶ ବାଙ୍ଗଲାଦେଶରେ । ଯାହାକୁ ଅସଲି ତାଜମହଲର କପି ବା ନକଲି ତାଜମହଲ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ନକଲି ତାଜମହଲ ବିଷୟରେ କିଛି ।

 

ଏହାର ନିର୍ମାଣ କାର୍ଯ୍ୟ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୮ ମସିହାରେ ଆରମ୍ଭ କରାଯାଇଥିଲା । ଏହି ନକଲି ତାଜମହଲ ତିଆରି କରିବାକୁ ୫ ବର୍ଷ ସମୟ ଲାଗିଥିଲା । ଏହି ନକଲି ତାଜମହଲରକୁ ବାଙ୍ଗଲାଦେଶରେ ଧନୀ ସିନେମା ନିର୍ମାତା ଅହସାନୁଲ୍ଲାହ ମୋନୀ ୫୬ ମିଲିୟନ୍ ଡଲାର ବ୍ୟୟରେ ନିର୍ମାଣ କରାଇଥିଲେ । ଏହି ନକଲି ତାଜମହଲର ପ୍ରସ୍ତୁତି ପଛରେ ମଧ୍ୟ ଥିଲା ଅହସାନୁଲ୍ଲାହଙ୍କ ଭଲ ଉଦେ୍ଧଶ୍ୟ । ସେ ଚାହୁଁଥିଲେ ଯେଉଁ ଲୋକମାନେ ଟଙ୍କା ଅଭାବରୁ ଅସଲି ତାଜମହଲକୁ ଦେଖିବାର ସୌଭାଗ୍ୟ ପାଇ ପାରୁନାହାନ୍ତି ସେମାନେ ଏହି ନକଲି ତାଜମହଲକୁ ଦେଖି ସେମାନଙ୍କ ଇଚ୍ଛାକୁ ପୂରଣ କରିପାରିବେ ।

କିଛି ଲୋକ ଏହି ତାଜମହଲକୁ “ଗରିବଙ୍କ ତାଜମହଲ” ମଧ୍ୟ କହୁଛନ୍ତି । ଏହାକୁ ଯେ କେହିବି ଦେଖିଲେ ପ୍ରଥମେ ଅସଲି ତାଜମହଲ ହିଁ ମନେ କରିବେ । ଇଟାଲୀରୁ ଉପକରଣ ଅଣାଯାଇ ଏହି ତାଜମହଲରେ ବ୍ୟବହାର କରାଯାଇଥିଲା ଏବଂ ଏଥିରେ ହୀରାର ବ୍ୟବହାର ମଧ୍ୟ କରାଯାଇଛି । ୧୬୦ କିଲୋ ପିତ୍ତଳର ବ୍ୟବହାରରେ ଏହି ନକଲି ତାଜମହଲ ମଧ୍ୟ ଅସଲି ଭଳି ଦେଖାଯାଉଛି । ଏଥିରେ ନୀଳ ଏବଂ ଗୋଲାପୀ ରଙ୍ଗର ପେଣ୍ଟ ଏହାକୁ ଆହୁରି ଖାସ୍ କରୁଛି ।