ଟୁରିଜିମ ବୁକଲେଟରୁ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ଗାଏବ ! ତାଜମହଲକୁ ଭୁଲିଗଲେ ୟୁପି ସରକାର

61

ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ହେଉଛି ତାଜମହଲ । ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ପର୍ଯ୍ୟଯନ ସ୍ଥଳୀ । ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ପୂରା ବିଶ୍ୱରେ ପରିଚିତ କରାଇଥାଏ ତାଜମହଲ । କିନ୍ତୁ ଏବେ ତାଜମହଲକୁ ନେଇ ବିବାଦ ପରିସରକୁ ଟାଣି ହୋଇ ଆସିଛି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶକୁ ବିଶ୍ୱସ୍ତରରେ ପରିଚୟ ଦେଇଥିବା ତାଜମହଲକୁ ଅଣଦେଖା କରାଯାଇଛି । ୟୁପି ପର୍ଯ୍ୟଟନ ବୁକଲେଟରୁ ହଜିଯାଇଛି ବିଶ୍ୱ ପ୍ରସିଦ୍ଧ ତାଜମହଲ ।  ଉତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ୩୨ ପୃଷ୍ଠା ବିଶିଷ୍ଟ ତାଲିକାରେ ସ୍ଥାନ ପାଇନି ତାଜମହଲ ।

Ganga-Aarti-in-Varanasiଏହି ବୁକଲେଟରେ ଗଙ୍ଗା ଆରତୀକୁ କଭର ପେଜ୍ କରାଯାଇଛି । ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂଜାସ୍ଥଳୀ ଗୋରଖନାଥ ମନ୍ଦିରକୁ ଏହି ତାଲିକାରେ ସ୍ଥାନ ଦେଇଛି ପର୍ଯ୍ୟଟନ ବିଭାଗ । ଦୁଇ ପୃଷ୍ଠା କେବଳ ଗୋରଖନାଥ ମନ୍ଦିରକୁ ସମର୍ପିତ କରାଯାଇଛି । ତେବେ ପ୍ରଥମ ଥର ପାଇଁ ଏହି ବୁକଲେଟରେ ଅଯୋଧ୍ୟାକୁ ସାମିଲ କରାଯାଇଛି ।ଏହାଛଡା ରାମଲୀଳାର ଚିତ୍ର ମଧ୍ୟ ବୁକଲେଟରେ ସ୍ଥାନ  ପାଇଛି । ଏହି ବୁକଲେଟ ପ୍ରକାଶ ପାଇବା ପରେ ବିବାଦ ଆରମ୍ଭ ହୋଇଯାଇଛି । ପର୍ଯ୍ୟଟନ ବୁକଲେଟରେ ତାଜମହଲ ସ୍ଥାନ ନ ପାଇବା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସିଧାସଳଖ ଯୋଗୀ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ବିରୋଧୀ ।

yogiiପୂର୍ବରୁ ଯୋଗୀ ମଧ୍ୟ ତାଜମହଲକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ବିହାର ଦରଭଙ୍ଗାରେ ଆୟୋଜିତ ଏକ ରାଲିରେ ଯୋଗୀ କହିଥିଲେ, ତାଜମହଲ ଏକ ବଡ କୋଠା ଛଡା ଆଉ କିଛି ନୁହେଁ । ଏପରିକି ତାଜମହଲର ଭାରତୀୟ ସଂସ୍କୃତି ସହ କୌଣସି ସମ୍ବନ୍ଧ ନାହିଁ ବୋଲି ସେ କହିଥିଲେ ।

ତେବେ ଏନେଇ ଖବର ପ୍ରକାଶ ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ରୀତା ବହୁଗୁଣା  । ସଫେଇ ଦେଇ କହିଛନ୍ତି ତାଜମହଲକୁ ଅଣଦେଖା କରିବାର ପ୍ରଶ୍ନ ଉଠୁନି । ଏହା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ । ଏହାସହ ତାଜମହଲର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏପରିକି ତାଜମହଲର ସୁରକ୍ଷା ଓ ବିକାଶ ପାଇଁ ମୋଟ ୧୫୬ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ବୋଲି ରୀତା କହିଛନ୍ତି ।