ତାଜମହଲ ଭାରତୀୟଙ୍କ ଝାଳ ଓ ରକ୍ତରେ ନିର୍ମିତ: ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

83

ତାଜମହଲକୁ ନେଇ ଚାଲିଥିବା ବିତର୍କରେ ନିଜକୁ ଯୋଡିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଜମହଲ ଭାରତୀୟ ସଂସ୍କୃତିର କଳାଦାଗ ବୋଲି ଉତରପ୍ରଦେଶ ବିଜେପି ବିଧାୟକ ସଙ୍ଗିତ ସୋମ କହିବାର ଦିନକ ପରେ ଯୋଗୀଙ୍କ ମନ୍ତବ୍ୟକୁ ନେଇ ଚର୍ଚା ଜୋର । ତାଜମହଲ ଭାରତୀୟ ଶ୍ରମିକଙ୍କ ଝାଳ ଓ ରକ୍ତରେ ନିର୍ମିତ । ମୋଗଲ ସ୍ମାରକୀ ନିଶ୍ଚିତ ରୁପେ ଭାରତୀୟଙ୍କର ବୋଲି କହିଛନ୍ତି ଆଦିତ୍ୟନାଥ । ତାଜମହଲକୁ କିଏ ନିର୍ମାଣ କରିଛି ଓ କେଉଁ କାରଣରୁ ଏହାକୁ ନିର୍ମାଣ କରାଯାଇଛି ଏହାର କୌଣସି ମାନେ ନାହିଁ । ଭାରତୀୟ ଶ୍ରମିକଙ୍କ ଝାଳ ଓ ରକ୍ତରେ ତାଜମହଲ ନିର୍ମିତ ବୋଲି ସେ ଦୋହରାଇଛନ୍ତି ।

ଅକ୍ଟୋବର ୨୬ରେ ଯୋଗୀଙ୍କ ଆଗ୍ରା ଗସ୍ତ ସମୟରେ ତାଜମହଲ ସମେତ ଅନ୍ୟ ସ୍ମାରକୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ କହିଛନ୍ତି ଆଗ୍ରା ପାଇଁ ପାଖାପାଖି ୧୭୫କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି ।
ତାଜମହଲ ବିଶ୍ୱସ୍ତରର ସ୍ମାରକୀ । ତାଜମହଲ ପ୍ରତି ଆକର୍ଷିତ ହୋଇ ବିଦେଶରୁ ପର୍ଯ୍ୟଟନମାନେ ଭାରତ ଆସୁଛନ୍ତି । ଅତିଥିଙ୍କୁ ଗୁଣାତ୍ମକ ସେବା ପ୍ରଦାନକରିବା ସହ ଉପଯୁକ୍ତ ଆତିଥ୍ୟତା ପ୍ରଦାନକରିବା ଉତରପ୍ରଦେଶ ସରକାରଙ୍କ ଦାୟିତ୍ୱ । ଏଥିପାଇଁ ଆମେ ୩୭୦କୋଟି ଟଙ୍କାର ଯୋଜନା କରଯାଇଥିବା ସେ କହିଛନ୍ତି ।

ତାଜମହଲ ଭାରତୀୟ ସଂସ୍କୃତିର କଳାଦାଗ । ତାଜମହଲକୁ ଧୋକେବାଜ ମାନେ ନିର୍ମାଣ କରିଥିଲେ । ବିଜେପି ବିଧାୟକ ସଙ୍ଗିତ ସୋମଙ୍କ ଗତାକଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଉତରପ୍ରଦେଶ ସାରଧନା ବିଧାୟକ ସଙ୍ଗିତ ସୋମ କହିଛନ୍ତି ରାଜ୍ୟ ପର୍ୟ୍ୟଟନ ପୁସ୍ତିକାରେ ମଧ୍ୟ ତାଜମହଲକୁ ଅଣଦେଖା କରାଯାଇଥିଲା । ତାଜମହଲକୁ ନିର୍ମାଣ କରିଥିବା ଶାହାଜାହାନ ତାଙ୍କ ବାପାଙ୍କୁ ବନ୍ଦୀକରି ରଖିଥିଲେ । ହିନ୍ଦୁମାନଙ୍କୁ ଘୃଣା କରିବା ସହ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଶାହାଜାହାନ । ଏହି ବ୍ୟକ୍ତିମାନଙ୍କୁ ଆମେ ଇତିହାସ ପୃଷ୍ଠାରେ ସ୍ଥାନିତ କରିବା ଦୁଃକଦାୟକ । ଏଭଳି ଇତିହାସକୁ ଆମେ ବଦଳାଇଦେବା ଦରକାର ବୋଲି ସୋମ କହିଥିଲେ ।

ସେପଟେ ସଙ୍ଗିତ ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ହାଇଦ୍ରାବାଦ ସାଂସଦ ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦୀନ ଆବେସି । ସେ କହିଥିଲେ ତାଜମହଲକୁ ଇତିହାସରୁ ହଟାଇବା ପାଇଁ ସଙ୍ଗିତ ୟୁନେସ୍କୋ ଯିବା ଦରକାର । ଲାଲକିଲ୍ଲା ବି ଧୋକେବାଜ ମାନେ ବନାଇଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡାଇବା ବନ୍ଦ କରିଦେବେ କି ବୋଲି ପ୍ରଶ୍ନ କରିଥିଲେ। ସେହିପରି ବିଜେପି ସରକାର ସେଠାକୁ ଆସୁଥିବା ପର୍ୟ୍ୟଟକଙ୍କୁ ବନ୍ଦ କରିଦେବେ କି ବୋଲି ସଙ୍ଗିତଙ୍କୁ ପ୍ରଶ୍ନ କରିଥିଲେ ।