ବଜାରକୁ ଆସିଲା ନୂଆଁ କଣ୍ଢେଇ , “ନାଁ ତୈମୁର” ! ଗୋଟିଏ ଫଟୋର ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ।

171

ବଲିଉଡ୍ର ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଖୁବ୍ କମ ବୟସରୁ ସୁପରଷ୍ଟାର ପାଲଟି ଯାଇଛନ୍ତି । ତାଙ୍କର ଗୋଟେ ଝଲକ ପାଇବା ପାଇଁ ଲୋକେ ଅନାଇ ବସିଥିବା ବେଳେ ଏବେ ତାଙ୍କର ସୋସିଆଲ୍ ମିଡିଆରେ ଆସୁଥିବା ଗୋଟିଏ ଫଟୋର ଦାମ୍ ଏବଂ କଣ୍ଢେଇ ଏବେ ଚର୍ଚ୍ଚାରେ ରହିଛି । ବାପା ସୈଫ୍ ଅଲ୍ଲୀ ଖାନ୍ ଏବଂ ଭଉଣୀ ସାରା କଫି ୱିଥ୍ କରଣ୍ ସୋ କୁ ଆସିଥିବା ବେଳେ ତୈମୁର ଫଟୋ ୧୫୦୦ ଟଙ୍କାରେ ବିକ୍ରି ହେଉଥିବା କଥା କହୁଥିବା ବେଳେ ଏବେ ଆଉ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି ।

ନିଜ କ୍ୟୁଟନେସ୍ ଜରିଆରେ ସମସ୍ତଙ୍କୁ କିମିୟା କରିଥିବା ତୈମୁରଙ୍କ ଅବିକଳ କଣ୍ଢେଇ ଏବେ ବଜାରରେ ବିକ୍ରି ହେଲାଣି । ସୋସିଆଲ୍ ମିଡିଆରେ ଏହି କଣ୍ଢେଇର ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି । କେରଳର ଏକ କଣ୍ଢେଇ ଦୋକାନରେ ପ୍ରଥମେ ଏହି କଣ୍ଢେଇର ଝଲକ ଦେଖିବାକୁ ମିଳିଥିଲା ।