ଦୁବାଇରୁ ଅମୃତସର୍ : ଚୋରା ସିମ୍ କାର୍ଡରେ ଆର୍ମି ଅଫିସରଙ୍କ ପତ୍ନୀକୁ ପ୍ରେମ ନିବେଦନ

38

କନକ ବ୍ୟୁରୋ : ତହସିଲଦାରଙ୍କ ଚୋରା ପୀରତି । ସିଏ ପୁଣି ନକଲି ସିମ୍ କାର୍ଡରେ । ଅମୃତସରର ଏହି ତହସିଲଦାର ଜଣକ ଦୁବାଇର ଏକ ନକଲି ସିମ୍ ଆଣି ଜଣେ ଯବାନଙ୍କ ପତ୍ନୀଙ୍କୁ ହଇରାଣ କରୁଥିଲେ । ସିଏ ପୁଣି ଥରେ କି ଦି ଥର ନୁହେଁ ୩୦ ଥର କଲ୍ କରି ଏହି ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ ଏହି ବ୍ୟକ୍ତି । ଯବାନଙ୍କ ପତ୍ନୀ ବି ଠିକ୍ ଜବାବ୍ ଦେବାକୁ ଉପାୟ ପାଂଚିଲେ । ଘରକୁ ଡାକିଲେ ଏହି ମହାଶୟଙ୍କୁ । ଆଉ ପ୍ରେମ ସ୍ଥାନରେ ପାଟେଣ୍ଟ୍ ମେଡିସିନ୍ ଦେଲେ ବୋଲି ଖବର ପ୍ରକାଶ କରିଛି ଇଣ୍ଡିଆ ଟୁଡେ ।