ଟଙ୍କା ମାଗିବାରୁ ମହାଭାରତ ! ତହସିଲଦାରଙ୍କୁ ମାଡ ମାରିଲେ ଦୁବୃର୍ତ, ସିସିଟିଭି କ୍ୟାମେରାରେ ରେକର୍ଡ ହେଲା ଦୃଶ୍ୟ

29

କନକ ବ୍ୟୁରୋ : ଅଫିସରେ ପଶି ତହସିଲଦାରଙ୍କୁ ଦୁବୃର୍ତଙ୍କ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି କଣାସ ତହସିଲ ଅଫିସରେ । ଅଫିସରେ ପଶି ଗଣ୍ଡଗୋଳ କରୁଥିବା ଯୁବକଙ୍କୁ ଅଟକାଇବାକୁ ଯାଇ ମାଡ ଖାଇଛନ୍ତି ତହସିଲଦାର । ଆଉ ସେହି ସମୟର ଦୃଶ୍ୟ ଅଫିସରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓ ଅନୁଯାୟୀ, ଦୁବୃର୍ତ ଅଫିସରେ ପଶି କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ପରେ ଜଣଙ୍କ ପରେ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି । ଶେଷରେ ଗଣ୍ଡଗୋଳକୁ ରୋକିବାକୁ ଆସି ତହସିଲଦାର ସଂଜୟ ପ୍ରତିହାରୀ ମାଡ ଖାଇଛନ୍ତି । ତହସିଲଦାରଙ୍କ ମୁହଁକୁ ମାଡ ମାରୁଛନ୍ତି ସେହି ଉଦଭ୍ରାନ୍ତ ଯୁବକ । ତେବେ ତହସିଲଦାର ଟଙ୍କା ମାଗିବାରୁ ମାଡ ଖାଇଥିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ ୩ ଜଣ ଯୁବକ କଣାସ ତହସିଲକୁ ,ଜମି ପଟ୍ଟା ନେବାକୁ ଆସିଥିଲେ । ହେଲେ ପଟ୍ଟା ନମିଳିବାରୁ କୌଣସି କାରଣରୁ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କ ସହ ଯୁବକଙ୍କ ପାଟିୁତୁଣ୍ଡ ହୋଇଥିଲା । ତେବେ ଏହାକୁ ତହସିଲଦାର ରୋକିବାକୁ ଆସିଥିବା ବେଳେ ଯୁବକ ଜଣକ ତହସିଲଦାରଙ୍କୁ ମାଡ ମାରିଥିଲେ । ପରେ ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି ।