ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ : ଚଢ଼ଉ ବେଳେ ଘେରିଲେ ଖଣି ମାଫିଆ

26

ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଏକ ବେଆଇନ୍ ଖଣି ଉପରେ ଚଢ଼ଉ କରୁଥିବାବେଳେ ଜଟଣୀ ତହସିଲଦାର ବିଜୟ କୁମାର ସ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କିଛି ଖଣି ମାଫିଆ ଓ ସେଠାରେ କାମ କରୁଥିବା ଲୋକ ସଂଘବଦ୍ଧ ଭାବେ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତିି । ଏହା ସହ ସ୍ୱାଇଁ ଜବତ କରିଥିବା ପାୱାର ଟିଲରକୁ ମଧ୍ୟ ଚଢ଼ାଇ ନେଇଥିବା ଅଭିଯୋଗ ହୋଇଛି ।

ଗୁରୁତର ଅବସ୍ଥାରେ ତହସିଲଦାରଙ୍କୁ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ତହସିଲଦାର । ପୁଲିସ ୫ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁଯାୟୀ ଶ୍ରୀ ସ୍ୱାଇଁ ଗତକାଲି ସନ୍ଧ୍ୟାରେ ତାଙ୍କ ସହକର୍ମୀ ନିର୍ମଳ ଚନ୍ଦ୍ର ମହାପାତ୍ର,ନାରାୟଣ ଡେଙ୍ଗା ଓ ବିଜୟ ଦାସଙ୍କ ସହ ଜଟଣୀ ତହସିଲଦାର ଜଙ୍କିଆ ପଂଚାୟତର ରଥିପୁର ମୋ÷ଜାରେ ଥିବା ଏକ ବେଆଇନ ଖଣି ଉପରେ ଚଢ଼ଉ କରିଥିଲେ ।

ଏହି ସମୟରେ ସେଠାରେ କାମ କରୁଥିବା ଲୋକମାନେ ତହସିଲଦାରଙ୍କ ଗାଡି ଦେଖି ସ୍ଥାନ ଛାଡି ପଳାଇଥିଲେ । ତେବେ ତହସିଲଦାର ଘଟଣାସ୍ଥଳରୁ ଏକ ପାୱାରଟିଲର ଜବତ କରି ଫେରିବା ସମୟରେ ପ୍ରାୟ ୨୦ରୁ ୨୨ଜଣ ଲୋକ ଠେଙ୍ଗା, ବାଡି, ରଡ ଓ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତହସିଲଦାରଙ୍କ ଗାଡି ଭାଙ୍ଗି ରୁଜି ଯାଇଥିବାବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ଓଏଏସ୍ ସଂଘ ନିନ୍ଦା କରିଛି ।