ବିବାହରେ ବାଧକ ହେଲା ପ୍ରେମ ! ସାଉଥ୍ ସୁପରଷ୍ଟାରଙ୍କ ପାଇଁ ଅବିବାହିତ ରହିଲେ ତବୁ

83

ବଲିଉଡ ଅଭିନେତ୍ରୀ ତବୁ ନିଜ ଦମଦାର ଅଭିନୟ ପାଇଁ ବେଶ୍ ଲୋକପ୍ରିୟ । ବଲିଉଡର ଅବିବାହିତା ନାୟିକା ମାନଙ୍କ ମଧ୍ୟରୁ ତବୁ ହେଉଛନ୍ତି ଅନ୍ୟତମ । ସଫଳତାର ଶୀର୍ଷରେ ଥାଇ ମଧ୍ୟ ଆଜି ଯାଏଁ ଏହି ନାୟିକା ବିତାଉଛନ୍ତି ଏକାକୀ ଜୀବନ । ତେବେ କଣ ଆପଣ ଏହାର କାରଣ ଜାଣନ୍ତି । କୁହାଯାଏ କି ତବୁ ଅବିବାହିତା ରହିବା ପଛର କାରଣ ହେଉଛନ୍ତି ସାଉଥର ଜଣେ ସୁପରଷ୍ଟାର୍ । ଯାହାକୁ ସିଏ ପ୍ରେମ କରନ୍ତି ।

tabu6_041117020949ତବୁ କେବଳ ବଲିଉଡରେ ନୁହେଁ ସାଉଥର ଅନେକ ସିନେମାରେ ନିଜ ଅଭିନୟର ଯାଦୁ ଦେଖାସାରିଛନ୍ତି । ସାଉଥର ସୁପରଷ୍ଟାର୍ ନାଗାର୍ଜୁନଙ୍କୁ ତବୁ ଖୁବ୍ ଭଲ ପାଉଥିଲେ । ଏକାଠି କାମ କରିବା ବେଳେ ଉଭୟଙ୍କର ଦେଖା ହୋଇଥିଲା । ନାଗାର୍ଜୁନ ମଧ୍ୟ ତବୁଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ସଂପର୍କ ପ୍ରାୟ ୧୫ ବର୍ଷ ଚାଲିଥିଲା । କିନ୍ତୁ ପ୍ରଥମରୁ ବିବାହିତ ଥିବା ନାଗାର୍ଜୁନ ତବୁଙ୍କୁ ବିବାହ କରିପାରିନଥିଲେ ।

ନାଗାର୍ଜୁନଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଅମଲା ଅକିନେନୀ । ତେଣୁ ସେ ତବୁକୁ ତୃତୀୟ ବିବାହ କରିବାକୁ ଚାହୁଁନଥିଲେ । କାରଣ ସେ ଅମଲାଙ୍କ ସହ ନିଜ ସଂପର୍କ ଭାଙ୍ଗିବାକୁ ଚାହୁଁନଥିଲେ । ତେଣୁ ଦୀର୍ଘ ୧୫ ବର୍ଷର ସଂପର୍କ ପରେ ଉଭୟ ଅଲଗା ହୋଇଯାଇଥିଲେ । କିନ୍ତୁ ତବୁଙ୍କୁ ନିଜ ପତ୍ନୀ ପରି ମାନୁନଥିଲେ ।

ଏପରିକି ଶୁଣିବାକୁ ମିଳୁଥିଲା ଯେ ତବୁଙ୍କୁ ନିଜ ଘର ପାଖରେ ଏକ ଦାମୀ ଘର ମଧ୍ୟ ଉପହାର ଦେଇଥିଲେ ନାଗାର୍ଜୁନ । ଏହା ସହ ଏକଥା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ନାଗାର୍ଜୁନଙ୍କ ପ୍ରେମରେ ତବୁ କରୁଥିଲେ ଯେ ମୁମ୍ବାଇ ଛାଡି ହାଇଦ୍ରାବାଦରେ ରହୁଥିଲେ । ଏପରିକି ନାଗାର୍ଜୁନଙ୍କ ପାଇଁ ସାରାଜୀବନ ଅବିବାହିତ ରହିଲେ ।