ଆପଣଙ୍କ ସମସ୍ତ ଫୋନକଲ୍ ଓ ମେସେଜର ରେକର୍ଡ଼ ରଖୁଛି ଫେସବୁକ୍ ! ଆକାଉଂଟ ଡିଲିଟ୍ କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ

54

ଫେସବୁକ ଓ କେମ୍ବ୍ରିଜ୍ ଆନାଲିଟିକ୍ ଘଟଣା ପରେ ଫେସବୁକୁ ନେଇ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ଲୋକଙ୍କ ମନରେ ଫେସବୁକର ସୁରକ୍ଷା ପଲିସି ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ରିପୋର୍ଟ ଅନୁସାରେ ଲୋକପ୍ରିୟ ସୋସିଆଲ ନେଟୱ୍ୱର୍କିଂ ସାଇଟ୍ ଫେସବୁକ୍, ୟୁଜରଙ୍କ ଡାଟା ଗଚ୍ଛିତ ରଖିବା ସହିତ ଫୋନର ଇନକମିଂ ଓ ଆଉଟ୍ ଗୋଇଙ୍ଗ୍ କଲର ସମସ୍ତ ତଥ୍ୟ ଷ୍ଟୋର କରେ । କେବଳ ଏତିକି ନୁହେଁ ଫେସବୁକ୍ ମେସେଜର ଡାଟା ମଧ୍ୟ ଷ୍ଟୋର କରିନିଏ । ତେବେ କମ୍ପାନୀ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି ଏହି ପ୍ରକ୍ରିୟା ଗ୍ରାହକଙ୍କ ବିକଳ୍ପ ପାଇଁ ହିଁ କରାଯାଇଥିଲା । ତେବେ ଫେସବୁକ ଓ କେମ୍ବ୍ରିଜ୍ ଆନାଲିଟିକ୍ ଘଟଣା ପରେ ଫେସବୁକ ଆକାଉଂଟ ଡିଲିଟ୍ କରିବା ମଧ୍ୟ କଠିନ ହୋଇଯାଇଛି । ୟୁଜର ଅକାଉଂଟ ଡିଲିଟ୍ କିରବା ପରିବର୍ତ୍ତେ ଡିଆକ୍ଟିଭେଟ୍ କରିପାରୁଛନ୍ତି । ଡିଲିଟ୍ ହୋଇପାରୁନି ଆକାଉଂଟ । ସୂଚନା ଅନୁସାରେ ୟୁଜର ଯଦି ଫେସବୁକ୍ ଆକାଂଟ ଡିଲିଟ୍ ବି କରିଦେଉଛନ୍ତି, ତେବେ ଡିଲିଟ୍ ପରେ ବି କିଛି ଡାଟା ଫେସବୁକ୍ ସର୍ଭରରେ ରହିଯାଏ ।

ସୂଚନାଯୋଗ୍ୟ ଆପ ଓ ବିଭିନ୍ନ ଅନଲାଈନ୍ ସେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା, ଏହା ଲୋକଙ୍କୁ ସହଜରେ ଖୋଜିପାରେ ଏବଂ ତାଙ୍କ ସହ ସମ୍ପର୍କ କରିପାରେ । ଏଥିପାଇଁ ଯେବେ ଆପଣ ପ୍ରଥମ ଥର ପାଇଁ ସୋସିଆଲ ମିଡ଼ିଆ କିମ୍ବା ମେସେଜିଙ୍ଗ ଆପରେ ଲଗ୍ ଇନ୍ କରନ୍ତି, ଫୋନର କଂଣ୍ଟେଣ୍ଟ ଅପଲୋଡ଼ କରିବା ସହ ବ୍ୟାପକ ରୂପରେ କାମ ଆରମ୍ଭ କରିଦିଏ ।

 

ସୂଚନା ଅନୁସାରେ ନିକଟରେ ଲଣ୍ଡନର ବିନା ଅନୁମତିରେ କେମ୍ବ୍ରିଜ ଆନାଲିଟିକା ନାମକ ଏକ ରାଜନୈତିକ ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ୫ କୋଟି ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ନେଇଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଆମେରିକା ନିର୍ବାଚନ ସମୟରେ ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନ ଜିତାଇବା ପାଇଁ ବ୍ୟବହାର କରାଯାଇଥିଲା ଏହି ତଥ୍ୟ । ଖୁଲାସା ପରେ ଚାରିଆଡ଼େ ହଇଚଇ ସୃ୍ଷ୍ଟି ହୋଇଥିଲା । ହଜାର ହଜାର ଲୋକ ଫେସବୁକ୍ ଆକାଉଂଟ ଡିଲିଟ୍ କରିବାରେ ଲାଗିଲେ । କିନ୍ତୁ ଏବେ ଆଉ ଗୋଟିଏ ଘଟଣା ସାମ୍ନାକୁ ଆସିଛି, ଯାହ ଆଉ ଅଧିକ ଆଶ୍ଚର୍ଯ୍ୟକର । କାରଣ ଏବେ ଚାହିଁଲେ ମଧ୍ୟ ଲୋକମାନେ ନିଜର ଫେସବୁକ୍ ଆକାଉଂଟ ଡିଲିଟ୍ କରିପାରୁନାହାନ୍ତି । ତେବେ ଏଥିରେ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରି #DeleteFacebook ଟ୍ରେଣ୍ଡ ଚଳାଇ ଫେସବୁକ୍ ଆକାଉଂଟ ବନ୍ଦ କରିବା ପାଇଁ ଅପିଲ କରୁଛନ୍ତି ।

ଫେସବୁକ ଆନାଲିଟିକା ଘଟଣା ପରେ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିଜେ ଭୁଲ ସ୍ୱୀକାର କରିଥିଲେ । ଏବେ ଭାରତରେ ଫେସବୁକର ପାଖାପାଖି ୨୦ କୋଟି ୟୁଜର ଅଛନ୍ତି । ଆମେରିକା ପରେ ଭାରତ ଫେସବୁକର ସବୁଠାରୁ ବଡ଼ ପ୍ଲାଟଫର୍ମ । ଏଥିପାଇଁ ଭାରତ ତରଫରୁ ଫେସବୁକକୁ ଚେତାବନୀ ମଧ୍ୟ ଦିଆଯାଇଛି । ତେବେ ଏସବୁ ପରେ ଫେସବୁକ ସୁରକ୍ଷା ନେଇ ଏବେ ଗ୍ରାହକଙ୍କ ମନରେ ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି ।