ବାରବାଟୀକୁ ବୋତଲ ମନା । ଭାରତ –ଶ୍ରୀଲଙ୍କା ଟି-୨୦ ମ୍ୟାଚ ପାଇଁ ସଚିବାଳୟରେ ହୋଇଥିବା ବୈଠକରେ ନିଷ୍ପତି

38
କନକ ବ୍ୟୁରୋ:  ଆସନ୍ତା ୨୦ ତାରିଖ ଦିନ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଶ୍ରୀଳଙ୍କା ମଧ୍ୟରେ ଟି ୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ଏଥିପାଇଁ ଆଜି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରୀ ପଦସ୍ଥ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ ବାରବାଟୀ ଟି- ୨୦ ମ୍ୟାଚକୁ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
ବିସିସିଆଇର ନର୍ମ ଅନୁଯାୟୀ ଏଠାରେ ମ୍ୟାଚ୍ ଆୟୋଜନ କରାଯିବ। ତେବେ ଅତୀତରେ କେତେକ ଦର୍ଶକଙ୍କ ପାଇଁ ବାରବାଟୀ ଆର୍ନ୍ତଜାତିକ ସ୍ତରରେ ବଦନାମ ହୋଇଥିବାରୁ ଏଥର କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଏପରିକି ଅତୀତରେ ପଡ଼ିଆ ଭିତରକୁ ପାଣି ବୋତଲ ପକା ଯାଇଥିବାରୁ ଏଥର ଗ୍ୟାଲେରି ଭିତରକୁ ଦର୍ଶକମାନେ ପାଣି ବୋତଲ ମଧ୍ୟ ନେଇ ଯାଇ ପାରିବେ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି ।