ଭିଟାମିନ୍ ବି-୧୨ ଶରୀର ପାଇଁ ନିତାନ୍ତ ଆବଶ୍ୟକ : ଏହାର ଅଭାବରେ ଦେଖାଯାଉଥିବା ଲକ୍ଷଣ ବିଷୟରେ ହୁଅନ୍ତୁ ସଚେତନ

65

ଭିଟାମିନ୍ ବି-୧୨କୁ କୋବାଲାମିନ୍ ମଧ୍ୟ କୁହାଯାଏ । ଏହା ଏକ ମହତ୍ୱପୂର୍ଣ୍ଣ ଜଳ ଦ୍ରବଣୀୟ ଭିଟାମିନ୍ । ଭିଟାମିନ୍ ବି-୧୨ ଶରୀରର ଫ୍ୟାଟକୁ ଉର୍ଜ୍ଜାରେ ବଦଳାଇଥାଏ। ଏହା ଆପଣଙ୍କ ଲୋହିତ ରକ୍ତ କଣିକା ଓ ଡିଏନଏର ଉତ୍ପାଦନରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା ସହିତ ଆପଣଙ୍କ ସ୍ନାୟୁ ତନ୍ତ୍ରର ଉଚିତ୍ କାର୍ଯ୍ୟପ୍ରଣାଳୀ ବି କରେ । ମାଛ, ମାଂସ, କୁକୁଡା ଅଣ୍ଡା ଓ ଡାଏରୀ ସହିତ ପଶୁ ଖାଦ୍ୟ ପଦାର୍ଥରେ ଭିଟାମିନ୍ ବି-୧୨ ସ୍ୱାଭାବିକ ରୂପେ ମିଳେ ।

ଦୁର୍ଭାଗ୍ୟବଶତଃ ଭିଟାମିନ୍ ବି-୧୨ର ଅଭାବ ସାଧାରଣ । ବିଶେଷ କରି ବୟସ୍କଙ୍କ ଠାରେ ଅଧିକ ହୋଇଥାଏ । ଯଦି ଆପଣ ନିଜ ଆହାର ଠାରୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ବି-୧୨ ଅବଶୋଷିତ କରିପାରୁନାହାଁନ୍ତି । ତେବେ ଆପଣଙ୍କ ଠାରେ ଏହାର ଅଭାବ ହୋଇପାରେ । ଶରୀରରେ ଭିଟାମିନ୍ ବି-୧୨ ଅଭାବ ହେଲେ ବର୍ଷ ବର୍ଷ ଧରି ଠିକ୍ ଭାବେ କିଛି ଜଣାପଡୁନଥିଲେ ମଧ୍ୟ ଏହାର କିଛି ଲକ୍ଷଣ ରହିଛି ଯେଉଁଥିରୁ ଆପଣ ଜାଣିପାରି ସଚେତନ ହୋଇ ପାରିବେ।

• ଅଧିକାଂଶ ସମୟ ଧରି ଅବସନ୍ନ ଓ ଦୁର୍ବଳ ଲାଗିବା

• ରକ୍ତ କମ୍ ହୋଇଯିବା

• ହୃଦ୍ ସ୍ପନ୍ଦନ ବଢ଼ିବା

• କାଶ ବନ୍ଦ ନ ହେବା

• ଲଗାତାର ଅମ୍ଳଦୋଷ ରହିବା

• ଶୀଘ୍ର ଓଜନ କମିବା

• ସ୍ମରଣଶକ୍ତି କମିଯିବା

• ମୁଣ୍ଡବିନ୍ଧା ଲାଗି ରହିବା

• ପତଳା ଝାଡ଼ା ସମସ୍ୟା ଲାଗି ରହିବା