ଏବେ ବି ବଞ୍ଚିଛି ମଣିଷ ପଣିଆ ! ବୋମା ବିସ୍ଫୋରଣରେ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ କ୍ୟାମେରା ଛାଡିଲେ ଫଟୋଗ୍ରାଫର

54

ଏବେ ବି କେଉଁଠି ନା କେଉଁଠି ବଞ୍ଚି ରହିଛିି ମଣିଷ ପଣିଆ । ଏହାର ଉଦାହରଣ ଦେଖିବାକୁ ମିଳିଛି ଏକ ସପ୍ତାହ ପୂର୍ବରୁ ହୋଇଥିବା ସରିୟା ବୋମା ବିସ୍ଫୋରଣ ସମୟରେ । ବୃତ୍ତିକୁ ଛାଡି ମଣିଷ ପଣିଆକୁ ପ୍ରାଧାନ୍ୟ ଦେଇଛନ୍ତି ଜଣେ ଫଟୋଗ୍ରାଫର । ଯେଉଁଠି ଫଟୋଗ୍ରାଫର ଜଣକ କ୍ୟାମେରା ଛାଡି ଜଣେ ଆହତ ଶିଶୁକୁ ବଞ୍ଚାଇବାକୁ ଯାଇ ଛାଡିଛନ୍ତି କ୍ୟାମେରା । ଏମିତି ଏକ ହୃଦବିଦାରକ ଫଟୋ ଏବେ ଖୁବ ଚର୍ଚ୍ଚାର ଅଛି ।

source-ndtv

ବିସ୍ଫୋରଣରେ ଆହତଙ୍କୁ ଦେଖି ଫଟୋଗ୍ରାଫର ଜଣଙ୍କ ଦୁଃଖରେ ମ୍ରିୟମାଣ ହୋଇ ପଡିଥିଲେ । ସୂଚନା ଅନୁସାରେ ଗତ ସପ୍ତାହରେ ସିରିଆରେ ଏକ ବସ ନିକଟରେ ହୋଇଥିଲା ଶକ୍ତିଶାଳୀ ବୋମା ବିସ୍ଫୋରଣ । ବସ ପାଖରେ ପିଲାଙ୍କୁ ଆକର୍ଷିତ କରିବା ପାଇଁ କିଛି ଚିପ୍ସ ପ୍ୟାକେଟ ସହ ଥିଲା ଜଣେ ଅଜଣା ବ୍ୟକ୍ତି । ସେହି ସମୟରେ ହୋଇଥଲା ଏହି ବୋମା ବିସ୍ଫୋରଣ ।

ଏହି ବିସ୍ଫୋରଣରେ ୧୨୬ ଜଣ ମୃତ୍ୟୁବରଣ କରିଥିଲେ ଯେଉଁଠ ଥିଲେ ୮୦ ଜଣ କୋମଳମତି ଶିଶୁ । ବୋମା ବିସ୍ଫୋରଣ ସ୍ଥାନ ନିକଟରେ କାମ କରୁଥିଲେ କିଛି ଫଟୋଗ୍ରାଫର ଓ କାଯ୍ୟକର୍ତ୍ତା । ବିସ୍ଫୋରଣ ଦୃଶ୍ୟ ଏତେ ଭୟାନକ ଥିଲା ଯେ ସେଠାରେ ଥିବା ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଓ ଫଟୋଗ୍ରାଫର ମାନେ ଖବର ଓ ଫଟୋ ସଂଗ୍ରହ କରିବା ପରିବର୍ତ୍ତେ ଆହତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଚିତ ଭାବିଥିଲେ ।

ସାମ୍ନାରେ ଛୋଟ ଛୋଟ ଶିଶୁମାନେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରୁଥିଲେ । ଏହିି ଭୟାନକ ବିସ୍ଫୋରଣ ପରେ ସେଠାରେ ଉପସ୍ତିତ ଥିବା ଜଣେ ଫଟୋଗ୍ରାଫର ଗୋଟିଏ ଶିଶୁ ପାଖକୁ ଦୌଡି ଯାଇଥିଲେ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଶିଶୁଟି ସେତେବେଳ ମରି ସାରିଥିଲା । ତା’ପରେ ସେ ଆଉ ଜଣେ ପିଲା ପାଖକୁ ଦୌଡିଲେ, ଯିଏ ବହୁତ କଷ୍ଟରେ ନିଶ୍ୱାସ ନେଉଥାଏ ।

ଏପରିସ୍ଥଳେ ଫଟୋଗ୍ରାଫର ଜଣକ କ୍ୟାମେରା ଛାଡି ଶିଶୁକୁ ନେଇ ଆମ୍ବୁଲାନ୍ସ ଆଡକୁ ଦୌଡିଲେ । ଏହିପରି ଭାବେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ ଓ ତା’ପରେ ଫଟୋ ଉଠାଇଥିଲେ । ଏହି ଘଟଣାରୁ ଜଣାପଡୁଛି କେଉଁଠି ନା କେଉଁଠି ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ସ୍ୱାର୍ଥ ଛାଡି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।