ଆପଣଙ୍କ ଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ ! ତେବେ କରନ୍ତୁନି ଅଣଦେଖା, ହୋଇପାରେ କ୍ୟାନସର ।

55

ସମସ୍ତେ ଜାଣନ୍ତି କି କ୍ୟାନସର୍ ଏମିତି ଏକ ରୋଗ ଯାହାଠୁ ମୁକ୍ତି ମିଳିବା ସହଜ ହୋଇ ନ ଥାଏ । ଠିକ୍ ଚିକିତ୍ସା ହୋଇପାରୁ ନ ଥିବାରୁ ବ୍ୟକ୍ତିକୁ ଏହା ଧୀରେ ଧୀରେ ମୃତ୍ୟୁ ମୁଖକୁ ନେଇଯାଏ । ତେବେ, କେତେକ ଉପସର୍ଗରୁ ଜାଣନ୍ତୁ କ୍ୟାନସରର ଲକ୍ଷଣ । ଯଦି ଆପଣଙ୍କ ଠାରେ ଏସବୁ ଲକ୍ଷଣ ଦେଖାଯାଏ ତା’ହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଠିକ୍ ସମୟରେ ଚିକିତ୍ସା କରିଲେ କର୍କଟ ରୋଗ ନିରାକରଣ ସମ୍ଭବ ହୋଇଥାଏ । ସେଥିପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା କରାନ୍ତୁ ଓ କ୍ୟାନସରରୁ ମୁକ୍ତି ପାଆନ୍ତୁ । ଜାଣନ୍ତୁ କ’ଣ ସବୁ ଏହାର…

ହଠାତ୍ ଓଜନ କମି ଚାଲିବା କ୍ୟାନସରର ଲକ୍ଷଣ ହୋଇପାରେ ।

ଶରୀରର ବିଭିନ୍ନ ସ୍ଥାନରେ ଦରଜ ଲାଗି ରହିବା କ୍ୟାନସରର ଲକ୍ଷଣ ହୋଇପାରେ ।

କମ୍ ସମୟ କାମ କରିଲେ ମଧ୍ୟ ଅଧିକାଂଶ ସମୟ କ୍ଲାନ୍ତ ହୋଇଯାଉଥିବା କ୍ୟାନସରର ଲକ୍ଷଣ ହୋଇପାରେ ।

ଶରୀରର ବିଭିନ୍ନ ସ୍ଥାନରେ ଲାଲ୍ ରଙ୍ଗ ହୋଇଯାଇ କୁଣ୍ଡାଇ ହେବା ଓ ଏହା ଭଲ ନ ହେବା କ୍ୟାନସରର ଲକ୍ଷଣ ହୋଇପାରେ ।

କାଶ ଛାଡ଼ୁ ନ ଥିବା ଓ କାଶିଲା ସମୟରେ ଓ ପରିସ୍ରା ଗଲା ସମୟରେ ରକ୍ତ ପଡ଼ିବା କ୍ୟାନସରର ଲକ୍ଷଣ ହୋଇପାରେ ।

ଅଧିକ ଦିନ ଧରି ଖାଇଲା ପରେ ଖାଦ୍ୟ ହଜମ ନ ହୋଇ ପେଟ ଦରଜ ହେବା ମଧ୍ୟ କ୍ୟାନସରର ଲକ୍ଷଣ ହୋଇପାରେ ।