ଭାରତୀୟ ରାଷ୍ଟ୍ରଦୂତଙ୍କ ମଜାଳିଆ ଅନ୍ଦାଜ: ପାକିସ୍ତାନ ସହ ଭାରତ କେବେ ଆଲୋଚନା କରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ରଖିଲେ ଉତ୍ତର; ହାତ ମିଳାଇ କହିଲେ, ଏବେ ଆରମ୍ଭ କଲି ଆଲୋଚନା

786

କନକ ବ୍ୟୁରୋ: କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘର ବୈଠକ ପରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ରଖୁଥିଲେ ଭାରତୀୟ ରାଷ୍ଟ୍ରଦୂତ ତଥା ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ ଅକବରୁଦ୍ଦିନ । ଏବଂ କୌଣସି ଦ୍ୱନ୍ଦ ଥିଲେ ଏନେଇ ପାକିସ୍ତାନୀ ସାମ୍ବାଦିକଙ୍କ ୩ଟି ପ୍ରଶ୍ନର ଉତ୍ତର ରଖିବେ ବୋଲି ସ୍ପଷ୍ଟ କରିଥିଲେ ଭାରତୀୟ ରାଷ୍ଟ୍ରଦୂତ ।

ତେବେ ପାକିସ୍ତାନ ସହ ଭାରତ କେବେ ଆଲୋଚନା ଆରମ୍ଭ କରିବ ବୋଲି ଜଣେ ପାକିସ୍ତାନୀ ସାମ୍ବାଦିକ ପ୍ରଶ୍ନ ପଚାରିଥିଲେ । ଯାହାର କିଛି ନିଆରା ଉତର ରଖିଥିଲେ ରାଷ୍ଟ୍ରଦୂତ । ଏବେ ୩ଜଣ ପାକିସ୍ତାନୀ ସାମ୍ବାଦିକଙ୍କ ସହ ହାତ ମିଳାଇ ଏହା ଆରମ୍ଭ କରୁଛନ୍ତି ବୋଲି ସୟଦ ଅକବରୁଦ୍ଦିନ କହିଥିଲେ । ଏହାସହ ସେ ଆହୁରୀ ମଧ୍ୟ କହିଥିଲେ ଯେ, ଭାରତ ବନ୍ଧୁତାର ହାତ ବଢାଇ ସାରିଛି । ଏବଂ ସ୍ପଷ୍ଟ କରିଛି ଯେ ସିମଲା ଚୁକ୍ତିନାମାରେ ଆମେ ବନ୍ଧା ତେଣୁ ସେହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟାକୁ ଆମେ ଅପେକ୍ଷା କରିଛୁ ।