ମୃତ୍ୟୁ ସହ ମୁହାଁମୁହିଁ : ୩୬ ହଜାର ଫୁଟ୍ ଉପରେ ହଠାତ୍ ଥରିଲା ବିମାନ, ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ଯାତ୍ରୀ

580

କନକ ବ୍ୟୁରୋ : ବିମାନ ଭିତରେ ଉଡ଼ିଲେ ଯାତ୍ରୀ । ଖୁବ ଭୟଙ୍କର ଥିଲା ସେହି ମୁହୂର୍ତ୍ତ ।ପୃଥିବୀ ଠାରୁ ୩୬ ହଜାର ଫୁଟ ଉପରେ ହଠାତ୍ ଟଳମଳ ହେଲା ବିମାନ । କିଛି ବୁଝିବା ପୂର୍ବରୁ ଯାତ୍ରୀଙ୍କ ମୁଣ୍ଡ ବିମାନର ଛାତରେ ବାଜିଲା । ଭୟରେ ଥରି ଉଠିଥିଲେ ଯାତ୍ରୀ । ଆମେରିକାରୁ ସିଡ଼ନୀ ଅଭିମୁଖେ ଯାଉଥିଲା ଏୟାର କାନାଡ଼ା ବିମାନ । କୌଣସି କାରଣବଶତଃ ହଠାତ୍ ବିମାନ ଟଳମଳ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ସମସ୍ତ ଯାତ୍ରୀ । ଅତି ନିକଟରେ ମୃତ୍ୟୁକୁ ଦେଖିବାର ଅନୁଭୂତି ବଖାଣିଛନ୍ତି ଜଣେ ଯାତ୍ରୀ ।

ବିମାନ ଉଡ଼ାଣ ଭରିବାର ୨ ଘଣ୍ଟା ପରେ ମଝି ଆକାଶରେ ହଠାତ୍ ଟଳମଳ ହେଲା ବିମାନ । ଟଳମଳ ହେବାଯୋଗୁଁ ୩୫ରୁ ଅଧିକ ଯାତ୍ରୀଙ୍କ ମୁଣ୍ଡ ବିମାନ ଛାତରେ ପିଟିହୋଇଥିଲା । ଫଳରେ ଯାତ୍ରୀଙ୍କ ମୁଣ୍ଡ ଓ ବେଗରେ ଆଘାତ ଲାଗିଛି । ଯାତ୍ରୀମାନେ ବିମାନ ଭିତରେ ଭାସମାନ ଅଭସ୍ଥାରେ ଥିଲେ । କେଉଁ ମୁହୂର୍ତ୍ତରେ କ’ଣ ଯେ ହେବ କିଛି ଜଣାନଥିଲା । ବିମାନରେ ମୋଟ ୨୬୯ ଯାତ୍ରୀ ଓ ୧୫ କ୍ରୁ ମେମ୍ବର ସବାର ଥିଲେ । ବିମାନ ଟଳମଳ ହେବାର ତୁରନ୍ତ ପରେ ପାଇଲଟ୍ ହୋନୋଲୁଲୁ ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଥିଲେ । ବର୍ତ୍ତମାନ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ୯ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।