ଜେଲରେ ଯାତନା ନୁହଁ ଚାଲିଛି ମଉଜ ମଜଲିସ୍ ! ଦଣ୍ଡ ନାଁରେ ଅଏସ୍ କରୁଛନ୍ତି ହାଇପ୍ରୋଫାଇଲ ଅପରାଧୀ

22

କନକ ବ୍ୟୁରୋ: ଜେଲରେ ଯନ୍ତ୍ରଣା ନୁହେଁ ଚାଲିଛି ମଉଜମଜଲିସ୍ । ଦଣ୍ଡ ପାଇ ଜେଲ ଚାରିକାନ୍ଥ ଭିତରକୁ ଯାଉଥିବା ଅଭିଯୁକ୍ତ କରୁଛନ୍ତି ଅଏସ । ଚିଟଫଣ୍ଡ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗିଥିବା ସ୍ୱସ୍ତିକ ଇଣ୍ଡିଆ ଗ୍ରୁପର ମୁଖ୍ୟ ରଞ୍ଜନ ଦାସ, କନକ ନ୍ୟୁଜ ଆଗରେ କରିଛନ୍ତି ଖୁଲାସା । କିଭଳି ଜେଲରେ ଚାଲିଛି ମାଫିଆ ରାଜ ସେନେଇ ସୂଚନା ଦେଇଛନ୍ତି ।

ରଞ୍ଜନଙ୍କୁ ରାଗିଂ କରିଥିଲେ ଏଟି ମୁଖ୍ୟ ପ୍ରଦୀପ ସେଠୀ । ବହୁକୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ପ୍ରଦୀପ ସେଠୀ ବି ଜେଲରେ ଅଛନ୍ତି । ଆଉ ଜେଲ ଭିତରେ ଜାରି ରହିଛି ତାଙ୍କ କାଟତି । ୧୦୩ ଜ୍ୱରରେ ବି ସେ ରଞ୍ଜନଙ୍କୁ ପଡିଆରେ ଘାସ ଉପାଡିବାକୁ କହିଥିଲେ । କେବଳେ ଏତିକି ନୁହଁ ଜେଲ ଭିତରକୁ କିଭଳି ମାଦକଦ୍ରବ୍ୟ ଯାଉଛି ସେନେଇ ମଧ୍ୟ ଖୁଲାସା କରିଛନ୍ତି ରଞ୍ଜନ ଦାସ ।