ଦେଶକୁ ଆସିବ କଳାଟଙ୍କା ଜମାକାରୀଙ୍କ ତଥ୍ୟ ! ଭାରତର ତଥ୍ୟ ଗୋପନୀୟତା ବ୍ୟବସ୍ଥାରେ ସନ୍ତୁଷ୍ଟି ପରେ ସ୍ୱିଜରଲାଣ୍ଡ ସରକାରଙ୍କ ନିଷ୍ପତ୍ତି

22

କନକ ବ୍ୟୁରୋ : ଦେଶକୁ ଆସିବ କଳାଧନ ଜମାକାରୀଙ୍କ ତଥ୍ୟ । ଏଥିପାଇଁ ପାଇଁ ତଥ୍ୟ ଦେବାକୁ ରାଜି ହୋଇଛନ୍ତି ସ୍ୱିଜରଲାଣ୍ଡ ସରକାର । ଭାରତ ସରକାରଙ୍କ ଡାଟା ସୁରକ୍ଷା ବ୍ୟବସ୍ଥା ନେଇ ଆଶ୍ୱସ୍ତ ପ୍ରକାଶ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସ୍ୱିସ୍ ସରକାର । ଏନେଇ ଅଟୋମେଟିକ୍ ଇନଫର୍ମେସନ ପାଇଁ ଚୂକ୍ତି ହୋଇଛି । ଫଳରେ ଭାରତକୁ କଳାଧନ ନେଇ ତଥ୍ୟ ସବୁ ଆସିବା ପାଇଁ ବାଟ ଫିଟିଛି । ଏହା ପରେ ସ୍ୱିସ୍ ବ୍ୟାଙ୍କ ଭାରତୀୟଙ୍କ ବ୍ୟାଙ୍କ ଆକାଉଂଟ ନେଇ ତଥ୍ୟ ସରକାରଙ୍କୁ ଜଣାଇବ ।

ଭାରତକୁ ଡାଟା ପ୍ରଦାନ କରିବା ପ୍ରସଙ୍ଗ ବିଶ୍ୱସନୀୟତା ନେଇ ଆମେରିକାର ଟ୍ୟାକ୍ସ ଅଥରିଟି ଆଣ୍ଡ ଇଂଟରନାଲ ରିଭ୍ୟୁ ସର୍ଭିସ ସହ ମଧ୍ୟ ସ୍ୱିସ୍ ବ୍ୟାଙ୍କ ଆଲୋଚନା କରିଥିଲା । ଅବଶ୍ୟ ଗତ ଜୁନ୍ ମାସରେ ସଂଦିଗ୍ଧ କଳାଧନ ଖାତାଧାରୀଙ୍କ ତଥ୍ୟ ପ୍ରଦାନ ନେଇ ଭାରତ ସମେତ ୪୦ଟି ଦେଶକୁ ସ୍ୱିସ୍ ସରକାର ମଂଜୁରୀ ଦେଇଥିଲେ ।