ସ୍ୱାଇନ୍ ଫ୍ଲୁ: ବଢ଼ୁଛି ମୃତ୍ୟୁସଂଖ୍ୟା !

102

swine-flu_650x400_51425925589କନକ ବ୍ୟୁରୋ : ଓଡ଼ିଶାରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତ ବର୍ଷ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୦ ଟପିଛିି । ମୋ÷ସୁମି ବର୍ଷା ପରେ ଏହି ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ୧୩୩୫ ଜଣଙ୍କ ସାମ୍ପଲ ପରୀକ୍ଷା ହେବାପରେ ୩୯୩ ଜଣଙ୍କଠାରେ ସ୍ୱାଇନ ଫ୍ଲୁ ପଜେଟିଭ୍ ଥିବା ଜଣାପଡ଼ିଛି । କେବଳ ଆମ ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇନି କି ମୃତ୍ୟୁ ସଂଖ୍ୟା ବଢ଼ିନି ସାରା ଦେଶରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଚଳିତ ବର୍ଷ ଆମ ଦେଶରେ ସ୍ୱାଇନ ଫ୍ଲୁରେ ୨୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୯୦୦ ଲୋକଙ୍କର ପ୍ରାଣହାନୀ ଘଟିଛି । ଗତବର୍ଷ ସ୍ୱାଇନ ଫ୍ଲୁ ରେ ୧୮୦୦ରୁ ଅଧିକ ଲୋକଙ୍କଠାରେ ପଜେଟିଭ୍ ବାହାରି ଥିଲା ଏବଂ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଗତବର୍ଷ ତୁଳନାରେ ଏବର୍ଷ ପୁଣି ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ସଚେତନତା ବୃଦ୍ଧି ପାଇଥିବାରୁ ମୃତ୍ୟୁ ସଂଖ୍ୟା କମିଥିବା ବେଳେ ଏବର୍ଷ ସଚେତନତା ଅଭାବରୁ ପୁଣି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।

swine-flu-images2ସ୍ୱାଇନ୍ ଫ୍ଲୁ ଆକ୍ରମଣରେ ୨୦୧୫ରେ ସବୁଠୁ ଅଧିକ ରୋଗୀଙ୍କ ଦେଶରେ ପ୍ରାଣହାନୀ ଘଟିଥିଲା । ସଚେତନତା ଅଭାବରୁ ୨୦୧୫ରେ ଆମ ଦେଶରେ ୩୦୦୦ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଏହା ପରେ ବହୁ ଲୋକ ବର୍ଷା ଦିନ ପୂର୍ବରୁ ସ୍ୱାଇନ୍ ଫ୍ଲୁ ପ୍ରତିରୋଧକ ଟୀକା ନେଇଥିବାରୁ ଦୁଇବର୍ଷ ହେଲା ମୃତ୍ୟୁ ସଂଖ୍ୟା ଅନେକ କମିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ସ୍ୱାଇନ୍ ଫ୍ଲୁ ବିଶେଷ କରି ଛୋଟପିଲା, ବୃଦ୍ଧ-ବୃଦ୍ଧା ଏବଂ କୋ÷ଣସି ରୋଗରେ ପୂର୍ବରୁ ପୀଡ଼ିତ ଥାଇ ରୋଗ ପ୍ରତିରୋଧକ ଶକ୍ତି କମଥିବା ଲୋକଙ୍କୁ ସଂକ୍ରମିତ ଅଧିକ ମାତ୍ରାରେ ହୋଇଥାଏ । ଏହା ସହ ଗର୍ଭବତୀ ମହିଳା ଏବଂ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି ରୋଗ ସଂକ୍ରମଣ ହେବାର ଭୟଥାଏ । ତେଣୁ ଏହି ସମସ୍ତ ଲୋକଙ୍କୁ ବହୁ ପୂର୍ବରୁ ସ୍ୱାଇନ୍ ଫ୍ଲୁ ଟୀକାକରଣ ହେବା ଆବଶ୍ୟକ । ଚଳିତ ବର୍ଷ ସ୍ୱାଇନ ଫ୍ଲୁ ଇନଫ୍ଲୁଏଞ୍ଜା ଏଚ୍ ୧ ଏନ ୧ ଭାଇରସ କାରଣରୁ ଜ୍ୱର, ଥଣ୍ଡା, ଖାସରେ ପୀଡ଼ିତ ଥିବା ବହୁଲୋକ ଟୀକାକରଣ କରିସାରିଲେଣି । ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ୪୦୦୦ରୁ ଅଧିକ ସ୍ୱାଇନ୍ ଫ୍ଲୁ ସଂକ୍ରମିତ ମାମଲା ଦେଖାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୪ଶହ ଟପିଛି ।

584852-swine-flu-thinkstockସେହିଭଳି ଗୁଜରାଟରେ ୨ଶହରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ଭାରତରେ ୧୦୦୦ ଲୋକଙ୍କ ମଧ୍ୟରୁ ୧୦ ଜଣ ସ୍ୱାଇନ୍ ଫ୍ଲୁ ପ୍ରତିରୋଧକ ଟୀକା ନେଇନଥାନ୍ତି । ଏବେ ରାଜ୍ୟରେ ବହୁଳ ମାତ୍ରାରେ ଟୀକା ରହିଥିବା ସରକାର ଘୋଷଣା କରିଛନ୍ତି । ଟୀକାର ଦାମ୍ ବଜାରରେ ବିଭିନ୍ନ ବ୍ରାଣ୍ଡ୍ରର ୫୦୦ରୁ ୯୦୦ ଟଙ୍କା ମଧ୍ୟରେ ମିଳୁଥିବାରୁ ଟୀକା ନେବା ଏବେ ଲୋକଙ୍କ ପାଇଁ ସହଜ ମଧ୍ୟ ହେଉଛି । ଟୀକା ସହଜରେ ମିଳୁଥିବାରୁ ଲୋକଙ୍କ ମଧ୍ୟରେ ପୂର୍ବଭଳି ଭୟ କମିଲାଣି ।

ରାଜ୍ୟକୁ ମୋସୁମି ବର୍ଷା ଆଗମନ ପରେ ଲୋକଙ୍କଠାରେ ଥଣ୍ଡା ଜ୍ୱର, କାଶ, ଛିଙ୍କ ଦେଖାଦେବା ସ୍ୱାଭାବିକ । କିନ୍ତୁ ଏଥିରେ ଯେଉଁଭଳି ଭାବେ ଗତ ୫ ବର୍ଷ ହେଲା ମୃତ୍ୟୁ ସଂଖ୍ୟା ବଢୁଛି ସେଥିରେ ଲୋକେ ଭୟଭୀତ ହୋଇପଡୁଛନ୍ତି । ସ୍ୱାଇନ୍ ଫ୍ଲୁ ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଲୋକମାନେ ଏବେ ଥଣ୍ଡାରୋଗକୁ ଦେଖିଲେ ସାମାନ୍ୟ ଡରୁଛନ୍ତି । ଓଡ଼ିଶାରେ ଗତ ୩ବର୍ଷ ହେଲା ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଲୋକଙ୍କୁ ଯେଉଁଭଳି ଭାବେ ସଚେତନ କରିବା କଥା ସେଭଳି ଭାବେ କରାଯାଉନଥିବାରୁ ଲୋକମାନେ ଏହି ରୋଗରେ ଅଧିକ ସଂକ୍ରମିତ ହେଉଛନ୍ତି ।

swine-flu-images2ବିଶେଷ କରି ଅଧିକ ଉନ୍ନତ ଥିବା ଖୋର୍ଧା ଜିଲ୍ଲାରେ ୨୦ରୁ ଅଧିକ ଲୋକ ଏବର୍ଷ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏଥିରୁ ଜଣାପଡ଼ୁଛି ଯେଉଁଠାରେ ଅଧିକ ଲୋକମାନେ ଯାତାୟତ କରୁଛନ୍ତି ଏବଂ ଏକତ୍ରିତ ହେଉଛନ୍ତି ସେଠାରେ ଅଧିକମାତ୍ରାରେ ଏହି ରୋଗରେ ସଂକ୍ରମିତ ହେଉଛନ୍ତି ଲୋକେ । ଆଗାମୀ ଦିନରେ ରାଜ୍ୟରେ ଯଦି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ନପାଏ ତେବେ ଓଡ଼ିଶା ମଧ୍ୟ ସ୍ୱାଇନ ଫ୍ଲୁ ସଂକ୍ରମିତ ଦେଶର ତାଲିକାରେ ଶୀର୍ଷକୁ ଉଠିବା ଅସମ୍ଭବ ନୁହେଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ଷା ହେବା ପରେ ଏହି ଫ୍ଲୁ ଅଧିକ ସଂକ୍ରମିତ ହେଉଥିବାରୁ ଏହି ସଂକ୍ରମଣକୁ ରୋକିବା ମଧ୍ୟ ସେତେ ସହଜ ନୁହେଁ ।

ସାରା ବିଶ୍ୱରେ ଥଣ୍ଡାଜ୍ୱର ସଂକ୍ରମଣରେ ଏକ ଲକ୍ଷ ଲୋକଙ୍କର ବର୍ଷକୁ ପ୍ରାଣହାନୀ ଘଟୁଛି । ସେହି କାରଣରୁ ବିକଶିତ ରାଷ୍ଟ୍ରମାନଙ୍କରେ ବର୍ଷା ଦିନ ପୂର୍ବରୁ ସାର୍ବଜନୀନ ଟୀକାକରଣ କରାଯାଉଛି । ସେଠାକାର ସରକାର ସାର୍ବଜନୀନ ଟୀକାକରଣ ଉପରେ ଗୁରୁତ୍ୱ ଦେଇ ସ୍ୱାଇନ ଫ୍ଲୁଠାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଉଛନ୍ତି । ତେବେ ଭାରତ ଭଳି ୧୨୦ କୋଟିରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଦେଶରେ ଏବେ ସମସ୍ତଙ୍କ ପାଇଁ ସାର୍ବଜନୀନ ଟୀକାକରଣ କରିବା କଷ୍ଟକର ଭାବି ସରକାର ଏହା ଉପରେ ଗୁରୁତ୍ୱ ଦେଇନାହାଁନ୍ତି । ସ୍ୱାଇନ୍ ଫ୍ଲୁ ଟୀକା ଏବେ ବଜାରରେ କିଭଳି ସହଜରେ ବିକ୍ରି ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

3ସ୍ୱାଇନ୍ ଫ୍ଲୁ ସଂକ୍ରାମକ ଭୂତାଣୁ ଏବଂ ଜୀବାଣୁ ସମଜାତୀୟ ହୋଇଥିବାରୁ ଏହି ଭୂତାଣୁ ଜଣଙ୍କ ପାଖରୁ ବାୟୁମଣ୍ଡଳ ଦ୍ୱାରା ଅନ୍ୟଜଣେ ଶରୀରକୁ ସହଜରେ ସଂକ୍ରମିତ ହୋଇଥାଏ । ସ୍ୱାଇନ୍ ଫ୍ଲୁ ପ୍ରଥମେ ଘୁଷୁରୀଠାରୁ ସଂକ୍ରମିତ ହୋଇ ମଣିଷ ଦେହକୁ ଆସୁଥିବା ପ୍ରଚାର ହେବାପରେ ୨୦୦୭ରୁ ୨୦୧୫ ମଧ୍ୟରେ ଲକ୍ଷ ଲକ୍ଷ ଘୁଷୁରୀଙ୍କୁ ବିଭିନ୍ନ ଦେଶରେ ମାରିଦିଆଯାଇଛି । ସ୍ୱାଇନ୍ ଫ୍ଲୁ ଏଚ୍ ୧ ଏନ୍ ୧ ନାମରେ ଏବେ ପରିଚିତ ହୋଇଛି । ୧୯୩୦ ମସିହାରେ ଏହି ରୋଗ ମଣିଷଙ୍କ ଦେହରେ ଯେଉଁ ଲକ୍ଷଣ ପ୍ରକାଶ ପାଉଥିଲା ସେଭଳି ଘୁଷୁରୀଙ୍କଠାରେ ସେହି ଲକ୍ଷଣ ଦେଖାଦେଇଥିବାରୁ ବୈଜ୍ଞାନିକମାନେ ଗବେଷଣା କରି ଜାଣିବାକୁ ପାଇଥିଲେ ଯେ ଘୁଷୁରୀଙ୍କଠାରୁ ଏହି ରୋଗ ମଣିଷ ଦେହକୁ ସଂକ୍ରମିତ ହେଉଛି ।

୧୯୫୮ ମସିହାରେ ଏହି ରୋଗରେ ଲୋକଙ୍କ ମୃତ୍ୟୁ ହେବା ଜଣାପଡ଼ିଥିଲା । ଏଚ୍ ୧ ( ହିମୋଗ୍ଲୋଟିନ) ଭୂତାଣୁ ପ୍ରଥମେ ଉତ୍ତର ଆମେରିକାରେ ଦେଖାଦେଇଥିଲା । ପ୍ରଥମେ ଏହି ଭୂତାଣୁ ଚିହ୍ନଟ ପାଇଁ ଆମେରିକା ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ସ୍ୱାଇନ୍ ଫ୍ଲୁ ପରୀକ୍ଷା ପରେ ପଜିଟିଭ୍ ବାହାରିଲେ ୫ ହଜାର ଟଙ୍କାରୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା ଆଜି ଏହି ଟୀକା ଏକ ହଜାର ଟଙ୍କାରେ ମଧ୍ୟ ମିଳିପାରୁଛି । ପ୍ରଥମେ ଏହି ରୋଗ ପରୀକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିଥିଲା । ଏବେ ଆମ ଦେଶରେ ମଧ୍ୟ ବିଭିନ୍ନ ହସପିଟାଲରେ ସ୍ୱାଇନ୍ ଫ୍ଲୁ ସ୍ୱାବ ପରୀକ୍ଷା କରାଯାଇପାରୁଛି । ଅନେକ ବିକଶିତ ରାଷ୍ଟ୍ର ସ୍ୱାଇନ୍ ଫ୍ଲୁ ପାଇଁ ପ୍ରତିକାର ଟୀକା ଜନସାଧାରଣଙ୍କୁ ଯୋଗାଇ ଦେଉଥିବାରୁ ଲୋକଙ୍କ ମଧ୍ୟରେ ଆଉ ଭୟ ରହୁନାହିଁ । ତେବେ ଆମ ଦେଶରେ ଅନ୍ୟ ଦେଶଭଳି ସାର୍ବଜନୀନ ଟୀକାକରଣ ନୀତି ଲାଗୁ ହେଲେ ଲୋକେ ଭୟଭୀତ ନହୋଇ ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ସୁରକ୍ଷା ପାଇପାରନ୍ତେ ।

2ଓଡ଼ିଶାରେ ସ୍ୱାଇନ୍ ଫ୍ଲୁ ସଂକ୍ରମିତ ହେବାର କାରଣ ହେଉଛି ଏଠାରେ ୭୦ ପ୍ରତିଶତ ରୋଗୀ ଥଣ୍ଡାରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ମଧ୍ୟ ଥଣ୍ଡା, କାଶ, ଛିଙ୍କ ସହ ନାକରୁ ପାଣି ବୋହିବା ନିତିଦିନିଆ ଘଟଣା ହୋଇଥାଏ । ପୂର୍ବରୁ ଲୋକେ ଥଣ୍ଡା ହେଲେ ଔଷଧ ଦୋକାନରୁ ଦୁଇ ଚାରୋଟି ଔଷଧ ଆଣି ଖାଇଦେଉଥିଲେ । ଏବେ କିନ୍ତୁ ସ୍ୱାଇନ୍ ଫ୍ଲୁ ଭୟରେ ଅଧିକ ଲୋକ ପରୀକ୍ଷା ପାଇଁ ମେଡିକାଲରେ ଭର୍ତି ହେଉଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ତଥାପି ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ସମାଜରୁ ବାସନ୍ଦ କରିବା ଭଳି ବ୍ୟବହାର କରାଯାଉଛି । ଡାକ୍ତରଙ୍କଠାରୁ ଆରମ୍ଭ କରି ପରିବାର ଲୋକେ ମଧ୍ୟ ରୋଗୀଙ୍କୁ ଦେଖିଲେ ଭୟ କରୁଛନ୍ତି ଏବଂ ଦୂରେଇ ରହୁଛନ୍ତି ।

ସ୍ୱାଇନ୍ ଫ୍ଲୁ ପରୀକ୍ଷା ପାଇଁ ଆସୁଥିବା ଥଣ୍ଡାରୋଗୀଙ୍କୁ ଦେଖି ଲୋକମାନେ ମୁହଁରେ ରୁମାଲ ବାନ୍ଧି ପଳାୟନ କରୁଛନ୍ତି । ଏହି ଥଣ୍ଡାରୋଗ ଏବଂ ରୋଗୀଙ୍କ ଡାଟାବେସ ତିଆରି କରିବା ସହ ଏହାର ପରିଣାମ ଏବଂ ଜନସଚେତନା ପ୍ରତି ଦୃଷ୍ଟି ଦେଲେ ଆଗାମୀ ଦିନରେ ସ୍ୱାଇନ୍ ଫ୍ଲୁ ମଧ୍ୟ ଅନ୍ୟ ରୋଗ ପ୍ରତି ଲୋକଙ୍କ ମଧ୍ୟରେ ଭୟ ରହିବ ନାହିଁ ।