ରାଜ୍ୟରେ କାୟା ମେଳାଉଛି ସ୍ୱାଇନ ଫ୍ଲୁ ! ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା

33

କନକ ବ୍ୟୁରୋ : କାୟା ମେଳାଉଛି ସ୍ୱାଇନ ଫ୍ଲୁ । ୨ ଜଣଙ୍କ ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି । ସେପଟେ ଗୁରୁବାର ଦିନ ରିପୋର୍ଟ ଆସିଥିବା ୧୯ଟି ନମୂନା ମଧ୍ୟରୁ ଜଣଙ୍କ ରକ୍ତ ନମୂନାରେ ଏନ୧ଏଚ୧ ଭାଇରସ ଥିବା ଜଣାପଡିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨୮୪ ନମୂନା ମଧ୍ୟରୁ ୩୮୬ ପଜିଟିଭ୍ ଥିବା ସୂଚନା ମିଳିଛି ।

swineflu in odishaତେବେ ସ୍ୱାଇନ୍‌ ଫ୍ଲୁ ମୃତ୍ୟୁ ସଂଖ୍ୟା ଦେଖିଲେ ଲାଗୁଛି ରାଜ୍ୟ ସରକାରଙ୍କ ସଚେତନତା ଆଶାତୀତ ପ୍ରଭାବ ପକାଇ ପାରି ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ସ୍ୱାଇନ୍‌ ଫ୍ଲୁ ପାଇଁ ସଚେତନତା ବିଜ୍ଞାପନ ଦିଆଯାଉଛି । ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪ଟି ଓଡ଼ିଆ ଖବରକାଗଜ ଓ ୪ଟି ଇଂରାଜୀ ଖବରକାଗଜରେ ସ୍ୱାଇନ୍‌ ଫ୍ଲୁ ସଚେତନତା ବିଜ୍ଞାପନ ଦିଆଯାଇଛି । କିନ୍ନ୍ତୁ ସେପରି କିଛି ସୁଫଳ ମିଳିପାରି ନାହିିଁ । ଏହାସହ ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସି କାର୍ଯ୍ୟକ୍ରମ ଚାଲୁଛି । ମାତ୍ର ଏତେସବୁ ସଚେତନତା ସତ୍ତ୍ୱେ ସ୍ୱାଇନ୍‌ ଫ୍ଲୁ କମିବା ନାଁ ନେଉନାହିଁ ।