ସ୍ୱାଇନ୍‌ ଫ୍ଲୁରେ ଆଉ ଜଣେ ମୃତ ! ଏସସିବିରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଲା

14

କନକ ବ୍ୟୁରୋ : ସ୍ୱାଇନ୍‌ ଫ୍ଲୁରେ ଆଉ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି) ରେ ଆଜି ଆଉ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏସ୍‌ସିବିରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ମୃତକ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି ।

Swine-Fluତେବେ ସ୍ୱାଇନ୍‌ ଫ୍ଲୁ ମୃତ୍ୟୁ ସଂଖ୍ୟା ଦେଖିଲେ ଲାଗୁଛି ରାଜ୍ୟ ସରକାରଙ୍କ ସଚେତନତା ଆଶାତୀତ ପ୍ରଭାବ ପକାଇ ପାରି ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ସ୍ୱାଇନ୍‌ ଫ୍ଲୁ ପାଇଁ ସଚେତନତା ବିଜ୍ଞାପନ ଦିଆଯାଉଛି । ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪ଟି ଓଡ଼ିଆ ଖବରକାଗଜ ଓ ୪ଟି ଇଂରାଜୀ ଖବରକାଗଜରେ ସ୍ୱାଇନ୍‌ ଫ୍ଲୁ ସଚେତନତା ବିଜ୍ଞାପନ ଦିଆଯାଇଛି । କିନ୍ତୁ ସେପରି କିଛି ସୁଫଳ ମିଳିପାରି ନାହିିଁ । ଏହାସହ ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସି କାର୍ଯ୍ୟକ୍ରମ ଚାଲୁଛି । ମାତ୍ର ଏତେସବୁ ସଚେତନତା ସତ୍ତ୍ୱେ ସ୍ୱାଇନ୍‌ ଫ୍ଲୁ କମିବା ନାଁ ନେଉନାହିଁ ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା