ଅମିତ ଶାହାଙ୍କୁ ହେଲା ସ୍ୱାଇନ ଫ୍ଲୁ, ଜାଣନ୍ତୁ ଏହାର ଲକ୍ଷଣ ଓ ଏଥିରୁ ବଂଚିବାର ଉପାୟ

467

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଯାଇଛି । ଶାହା ବର୍ତ୍ତମାନ ସ୍ୱାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଅମିତ୍ ଶାହା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ‘ଇଶ୍ୱରଙ୍କ କୃପା ଏବଂ ଆପଣଙ୍କ ଭଲପାଇବାରୁ ମୁଁ ସୁସ୍ଥ ହୋଇଯିବି ବୋଲି ଟ୍ୱିଟ ଯୋଗେ କହିଛନ୍ତି ଶାହା । ତେବେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଶାହାଙ୍କ ଚିକିତ୍ସା ଏବେ ଦିଲ୍ଲୀ ଏମ୍ସରେ ଚାଲିଥିବା ସୂଚନା ମିଳିଛି । ତେବେ ଜାଣି ରଖନ୍ତୁ ସ୍ୱାଇନ ଫ୍ଲୁ କ’ଣ ? ଏହା ସାମନ୍ୟ ଫ୍ଲୁ ଠାରୁ କେମିତି ଭିନ୍ନ ଓ ଏଥିରୁ କିପରି ବଂଚିବେ ?

 

ସ୍ୱାଇନ ଫ୍ଲୁ କ’ଣ ?

ସ୍ୱାଇନ ଫ୍ଲୁର ଭୂତାଣୁ ଥଣ୍ଡା ଦିନରେ ଅଧିକ ପ୍ରଭାବିତ ହୋଇଥାଏ । ଯେମିତି ଯେମିତି ଖରା ବଢ଼ି ବଢ଼ି ଚାଲେ, ଏହାର ପ୍ରଭାବ କମି କମି ଯାଏ । ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ସ୍ୱାଇନ ଫ୍ଲୁର ଭୂତାଣୁ ସକ୍ରିୟ ହୋଇଯାଇଥାଏ । ଏମିତିରେ ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ । ସ୍ୱାଇନ ଫ୍ଲୁ ଶ୍ୱାସ ତନ୍ତ୍ର ସହିତ ଜଡିତ ରୋଗ, ଯାହା ଇନଫ୍ଲୁଏଂଜା ଭୂତାଣୁ ଦ୍ୱାରା ହୋଇଥାଏ । ଏହି ଭୂତାଣୁ ଏଚ୧ ଏନ୧ ନାମରେ ଜଣାଯାଏ ।

ସ୍ୱାଇନ ଫ୍ଲୁର ଲକ୍ଷଣ :

• ଲଗାତାର ନାକ ବହିବା, ଛିଙ୍କିବା, ନାକ ଜାମ୍ ହୋଇଯିବା

• ମାଂସପେଶୀରେ ଯନ୍ତ୍ରଣା ଅନୁଭବ

• ମୁଣ୍ଡ ବ୍ୟଥା

• କଫ ଓ ଥଣ୍ଡା, ଲଗାତାର କାଶ ହେବା

• ବହୁତ ଅଧିକ ଥକାପଣ ଅନୁଭବ ହେବା

• ଜ୍ୱର ହେବା, ଔଷଧ ଖାଇବା ପରେ ମଧ୍ୟ ଲଗାତାର ଜ୍ୱର ବଢ଼ିବା

• ଗଳା କର୍କଶ ହେବା

ସାମାନ୍ୟ ଫ୍ଲୁ ଓ ସ୍ୱାଇନ ଫ୍ଲୁ ମଧ୍ୟରେ ଫରକ୍ ଥାଏ । ସ୍ୱାଇନ୍ ଫ୍ଲୁ ଭୂତାଣୁରେ ପକ୍ଷୀ, ଘୁଷୁରୀ ଓ ମଣିଷରେ ମିଳୁଥିବା ଜେନେଟିକ୍ ମ୍ୟାଟେରିଅଲ ବି ଥାଏ । ସାମାନ୍ୟ ଫ୍ଲୁ ଓ ସ୍ୱାଇନ୍ ଫ୍ଲୁ ର ଲକ୍ଷଣ ଏକା ଭଳି । ପିସିଆର ଟେଷ୍ଟ ମାଧ୍ୟମରେ ଓ ସ୍ୱାଇନ ଫ୍ଲୁ ଜଣାପଡେ । ସ୍ୱାଇନ ଫ୍ଲୁ ହେବା ପୂର୍ବରୁ ୪୮ ଘଣ୍ଟା ଭିତରେ ଏହାର ଚିକିତ୍ସା ଆରମ୍ଭ ହୋଇଯିବା ଉଚିତ୍ । ୫ଦିନର ଚିକିତ୍ସା ହୋଇଥାଏ, ଯେଉଁଥିରେ ରୋଗୀକୁ ଟେମିଫ୍ଲୁ ଦିଆଯାଇଥାଏ ।