ବିଦେଶୀ କନିଆକୁ ଦେଶୀ ବର ! ଏମଡି. ରିଆଜଙ୍କୁ ପ୍ରେମ ବିବାହ କଲେ ହେମା, ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ ନେଲା ବିବାହର ରୂପ ।

253

କନକ ବ୍ୟୁରୋ : କନ୍ଧମାଳର ବୋହୁ ହେଲେ ସ୍ୱିଡେନର ଝିଅ । କନ୍ଧମାଳର ଏମଡି. ରିଆଜଙ୍କୁ ପ୍ରେମ ବିବାହ କରିଛନ୍ତି ସ୍ୱିଡେନର ଝିଅ ଇମାମ । ବିବାହରେ ଇମାମଙ୍କ ପରିବାର ଓ ସଂପର୍କୀୟ ସାମିଲ ହୋଇ ଆଶିର୍ବାଦ ଦେଇଛନ୍ତି ।

ବିଦେଶୀ କନିଆକୁ ଦେଶୀ ବର । ଫୁଲବାଣୀର ହନୁମାନ ମନ୍ଦିର ସାହିରେ ଜମିଲା ବାହାଘର । ସ୍ୱିଡେନର ଇମାମ ଲେଭ, ଫୁଲବାଣୀର ମହମ୍ମଦ ରିଆକୁ ମୁସଲିମ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ପ୍ରଥମେ ପ୍ରେମ ଆଉ ତାପରେ ପାରମ୍ପରିକ ରୀତିରେ ବିବାହ । ଉଭୟ ପରିବାର ଲୋକେ ବିବାହରେ ସାମିଲ ହୋଇ ନବ ଦଂପତିକୁ ଆଶିର୍ବାଦ ଦେଇଛନ୍ତି ।

ଗୋଆରୁ ଆରମ୍ଭ ହୋଇଥିଲା ଇମାମ ଓ ରିଆଜଙ୍କ ପ୍ରେମ । ୨୦୧୨ରେ ଭାରତ ବୁଲିବାକୁ ଆସି ଇମାମ, ଗୋଆରେ ରିଆଜ କାମ କରୁଥିବା ହୋଟେଲରେ ରହିଥିଲେ । ସେଠାରେ ଇମାମ, ରିଆଜଙ୍କ ପ୍ରଥମ ପରିଚୟ । ବନ୍ଧୁତାରୁ କ୍ରମେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସଂପର୍କ । ଆଉ ରିଆଜ ପ୍ରସ୍ତାବରେ ସ୍ୱିଡେନ ଛାଡି ବିବାହ କରିବାକୁ ପରିବାର ସହ ଭାରତ ଚାଲିଆସିଥିଲେ ଇମାମ । ପ୍ରେମ ମାନେନା ପ୍ରତିବନ୍ଧକ । ସ୍ୱିଡେନର ଇମାମ ଲେଭ ନିଜ ପ୍ରେମକୁ ପାଇବା ପାଇଁ ସାତ ଦରିଆ ତେର ନଈ ଡେଇଁ ଆସିଛନ୍ତି କନ୍ଧମାଳ ।