ଜାଗମରା ଅଞ୍ଚଳରେ ବାସି ଖାଦ୍ୟ ବିକ୍ରି ଅଭିଯୋଗ : ଦୋକାନୀଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ

197

କନକ ବ୍ୟୁରୋ : ଜାଗମରା ଅଞ୍ଚଳର ଏକ ଦୋକାନୀ ବାସି ମିଠା ବିକ୍ରି କରୁଥିବା ନଜରକୁ ଆସିବା ପରେ ସଂପୃକ୍ତ ଦୋକାନୀକୁ ଜରିମାନା କରାଯାଇଛି । ଖାଦ୍ୟ ସୁରକ୍ଷା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ କରାଯିବା ସମୟରେ ଏହା ନଜରକୁ ଆସିବା ପରେ ଦୋକାନୀଙ୍କଠାରୁ ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ୬ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଥିବା ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ମିଳିଛି ।

ଗତକାଲି ଜାଗମରା ଅଞ୍ଚଳରେ ଥିବା ହୋଟେଲ ଓ ଅନ୍ୟ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇଥିଲା । ଏହି ସମୟରେ ୧୦/୧୨ଟି ହୋଟେଲରେ ଚଢ଼ାଉ ହୋଇଥିଲା । ଯାଞ୍ଚ ସମୟରେ ସ୍ଥାନୀୟ ଏକ ଦୋକାନୀ ବାସି ମିଠା ବିକ୍ରି କରୁଥିବାରୁ ତାଙ୍କଠାରୁ ଜରିମାନା ଆଦାୟ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ରାଜଧାନୀର ଏକ ହୋଟେଲ ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ୫ଶହ ଟଙ୍କା ତଣ୍ଡ ଗଣିଥିଲା ।

ତେବେ ରାଜଧାନୀରେ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଥି‌ଲେ ହେଁ ହେଟେଲ ଗୁଡ଼ିକରେ ଖାଦ୍ୟ‌େ ସୁଧାର ଆସୁନାହିଁ। ଖାଦ୍ୟରେ ମନଇଚ୍ଛା ରଂଗ ମିଶାଇବା ସହିତ ବାସି ଖାଦ୍ୟ ମଧ୍ୟ ବିକ୍ରି କରୁଛନ୍ତି ।