ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲା! ଆଜି ତହସିଲଦାରଙ୍କ କୋର୍ଟରେ ହେବ ଶୁଣାଣି

19

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲା । ଆଜି ତହସିଲଦାରଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ସ୍ୱର୍ଗଦ୍ୱାରର ୧୨ ଏକର ୨୬୮ ଡେସିମିଲ ବ୍ୟୟ ବନ୍ଦୋବସ୍ତ ଜମିର ଶୁଣାଣି କରାଯିବ । ଏହି ଶୁଣାଣି ବେଳେ ସମସ୍ତ ପକ୍ଷକୁ ନିଜ ଯୁକ୍ତି ଉପସ୍ଥାପନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ତେବେ ଆଜି ଏହି ମାମଲାରେ ଶଙ୍କରାଚାର୍ଯ୍ୟ ମଠ, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଜନତା ତହସିଲ କୋର୍ଟରେ ପକ୍ଷ ରଖିବେ ।