ପୁରୀ : ଜିଲ୍ଲାପାଳଙ୍କ ରିପୋର୍ଟ ପରେ ପୁରୀ ସ୍ୱର୍ଗଦ୍ୱାର ପରିସରରୁ ହଟିଲା ଜବରଦଖଲ

34

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ରିପୋର୍ଟ ପରେ ପୁରୀ ସ୍ୱର୍ଗଦ୍ୱାର ପରିସରରୁ ହଟିଲା ଜବରଦଖଲ । ଆଜି ସ୍ୱର୍ଗଦ୍ୱାର ପରିସରରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ସ୍ୱର୍ଗଦ୍ୱାରର ୪ଡେସିମିଲ ଜମିରେ ଥିବା ଏକ ଘର ସହ ପୂଜା ସାମଗ୍ରୀ ବିକ୍ରି ହେଉଥିବା ଗୋଟିଏ ଦୋକାନକୁ ପୌରସଂସ୍ଥା ଭାଙ୍ଗି ଦେଇଛି । ଏଥିସହ ସ୍ୱର୍ଗଦ୍ୱାର ଜମିରେ ଦୀର୍ଘ ୧୦ବର୍ଷ ହେବ ଥିବା ଏକ ଦୁଇ ମହଲା କୋଠାଘରକୁ ଉଛେଦ କରାଯାଇଛି । ଭଂଗା ଯାଇଥିବା ଘରଟି କାଶୀନାଥ ମହାନ୍ତିଙ୍କ ନାଁରେ ଥିଲା ।

ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ୧ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା । ତେବେ ଉଛେଦ କାର୍ଯ୍ୟକୁ ବିରୋଧ କରାଯାଇନଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନର ଏନଫୋର୍ସମେଂଟ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା । ଆଗାମୀ ଦିନରେ ଏହି ଉଛେଦ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି ।