ଫେରିବ ସ୍ୱର୍ଗଦ୍ୱାର ଜମି ! ବଢ଼ିବ ଜବରଦଖଲକାରୀଙ୍କ ପାଇଁ ଅଡୁଆ, ରୁଜୁ ହେବ ଫୌଜଦାରୀ ମାମଲା

33

କନକ ବ୍ୟୁରୋ : ଫେରିବ ସ୍ୱର୍ଗଦ୍ୱାର ଜମି । ବଢ଼ିବ ସ୍ୱର୍ଗଦ୍ୱାର ଜମି ଜବରଦଖଲକାରୀଙ୍କ ପାଇଁ ଅଡୁଆ । ସ୍ୱର୍ଗଦ୍ୱାର ଓ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ ରୁଜୁ ହେବ ଫୌଜଦାରୀ ମାମଲା । ବେଆଇନ ଭାବେ ଜମି ଦଖଲ କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଂଚଳ ଆରଡିସି । ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ଚକବନ୍ଦୀ ଅଫିସରଙ୍କ ସହ ଆଜି ଏକ ବୈଠକ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଆରଡିସି ।

ବିଶେଷ କରି ସ୍ୱର୍ଗଦ୍ୱାରର ଜମିକୁ କିଭଳି ଜବରଦଖଲ ମୁକ୍ତ କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଆରଡିସି ଅଖିଳ ବିହାରୀ ଓତା । ଏବଂ ଆଇନ ଅନୁଯାୟୀ ଜବରଦଖଲ ଉଛେଦ କରାଯିବ ବୋଲି କହିଛନ୍ତି ଓତା । ଏହା ସହିତ ଗୋବର୍ଦ୍ଧନ ପୀଠ ଓ ସମାଧୀ ଜମିର ୪ଏକର ଜମି ଶ୍ରୀମନ୍ଦିର ପରିଚାଳନା ଖାତାକୁ ଚାଲିଯାଇଥିବାରୁ ସେ ନେଇ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ମଧ୍ୟ କହିଛନ୍ତି ଆରଡିସି ।