ପ୍ରଶଂସକଙ୍କ ବ୍ୟବହାରରେ ରାଗିଲେ ସ୍ୱପ୍ନା ! ଅଧାରୁ ଛାଡିଲେ ଶୋ’ ।

72

କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ବିଗବସ୍ ସିଜିନ୍-୧୧ ରୁ ପ୍ରସିଦ୍ଧ ହୋଇଥିବା ହରିୟାଣା ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ ନିକଟରେ ଏକ ଶୋ’ରେ ନିଜର ଡ୍ୟାନ୍ସ ଜଲୱା ଦେଖାଉଥିଲେ । ସ୍ୱପ୍ନା ଫରିଦାବାଦର ହୁଡ୍ଡା ଗ୍ରାଉଣ୍ଡଠାରେ ନିଜର ଡ୍ୟାନ୍ସ ଦେଖାଇବେ ଏହା ଜାଣିବେ ପରେ ସ୍ୱପ୍ନାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଉକ୍ତ ସ୍ଥାନରେ ପହଞ୍ଚି ଯାଇଥିଲେ । ପୋଲିସର କଡା ସୁରକ୍ଷା ମଧ୍ୟରେ ସ୍ୱପ୍ନା ନିଜର ଡ୍ୟାନ୍ସ ପରିବେଷଣ କଲେ ।
ଡ୍ୟାନ୍ସ କିଛି ସମୟ ଚାଲିବା ପରେ ଫ୍ୟାନ୍ସ ସ୍ୱପ୍ନାଙ୍କୁ ଦେଖି ପାଗଳପ୍ରାୟ ହୋଇଯାଇଥିଲେ ଏବଂ ଡ୍ୟାନ୍ସ ମଝିରେ ଜଣେ ଫ୍ୟାନ୍ ଷ୍ଟେଜ୍ ଉପରକୁ ଆସି ସ୍ୱପ୍ନାଙ୍କୁ ଜବରଦସ୍ତି ଆଲିଙ୍ଗନ କରିଥିଲେ । ଏହି ଫ୍ୟାନଙ୍କ ବ୍ୟବହାରରେ ରାଗିଯାଇ ସ୍ୱପ୍ନାଙ୍କୁ ଅଧାରୁ ହିଁ ଶୋ’ ଛାଡିବାକୁ ପଡିଲା । କିନ୍ତୁ ଆପଣଙ୍କୁ ଏଠାରେ କହିରଖୁଛୁ ଏହି ଘଟଣା ସ୍ୱପ୍ନାଙ୍କ କ୍ଷେତ୍ରରେ ପ୍ରଥମ ନୁହଁ ଏହା ପୂର୍ବରୁ କାନପୁର ଏବଂ ହରିୟାଣାରେ ମଧ୍ୟ ସେ ସମଦଶା ଭୋଗିଥିଲେ ।