ଆଜି ସାରା ରାଜ୍ୟରେ ପାଳିତ ହେଉଛି ସ୍ୱାଭିମାନ ଦିବସ ! ସ୍ୱତନ୍ତ୍ର ଓଡିଶାର ପ୍ରାଣପ୍ରତିଷ୍ଠାତା କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନଙ୍କୁ ଶ୍ରଦ୍ଧାଂଜଳି

149

କନକ ବ୍ୟୁରୋ : ସ୍ୱାଭିମାନୀ ଓଡିଆ ମଧୁବାବୁଙ୍କ ଜନ୍ମଦିନ ଅବସରରେ ସାରା ରାଜ୍ୟରେ ଆଜି ପାଳିତ ହେଉଛି ସ୍ୱାଭିମାନ ଦିବସ । ଉତ୍କଳଗୌରବ ମଧୁସୂଦନଙ୍କ ନୀତି ଆଦର୍ଶ ପିଢୀ ପିଢୀ ଧରି ଓଡିଆଙ୍କୁ ପ୍ରେରଣା ଦେଇ ଆସୁଛି । ୧୮୪୮ ମସିହାର ଏପ୍ରିଲ ୨୮ ତାରିଖରେ କଟକର ସତ୍ୟଭାମାପୁର ଠାରେ ଏହି ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତିଙ୍କ ଜନ୍ମ ହୋଇଥିଲା । ପେଶାରେ ଓକିଲାତି ହେଇଥିଲେ ମଧ୍ୟ ସବୁ ବେଳେ ସେ ଓଡିଶାର ବିକାଶ ପାଇଁ ଚିନ୍ତା କରୁଥିଲେ ମଧୁବାବୁ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ତାଙ୍କ ସଂଗ୍ରାମ ସବୁଦିନ ପାଇଁ ଅଦ୍ୱିତୀୟ ।

ମଧୁବାବୁଙ୍କ ଉଦ୍ୟମରେ ଓଡିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିଲା । କୁଳବୃଦ୍ଧ ଭାବେ ପରିଚିତ ମଧୁବାବୁଙ୍କ ପ୍ରତି ଏବେ ମଧ୍ୟ ଜାତୀୟ ସ୍ତରରେ ଉଚିତ ସମ୍ମାନ ମିଳି ପାରିନଥିବା ଅଭିଯୋଗ ହେଉଛି ।