ବଜାରକୁ ଆସିଲା ସୁଜୁକି ଇଂଟ୍ରୋଡର ୧୫୦ କ୍ରୁଜର । ଦାମ ରହିଛି ୯୮,୩୪୦ ଟଙ୍କା

243

ସୁଜୁକି ମୋଟରସାଇକେଲ ଇଣ୍ଡିଆ ଦେଶରେ ନୂଆ କ୍ରୁଜର ଲଂଚ କରିଛି –ଇଂଟ୍ରୋଡର ୧୫୦ । ନୂଆଦିଲ୍ଲୀରେ ବାଇକର ଏକ୍ସ ସୋରୁମ ମୂଲ୍ୟ ୯୮ହଜାର ୩୪୦ । ବଜାରରେ ଇଂଟ୍ରୋଡର ୧୫୦, ବଜାଜ ଆଭେଞ୍ଜର -୧୫୦ ସହ ପ୍ରତିଦ୍ୱନ୍ଦିତା କରିବ । ଗିକ୍ସର ସଫଳତାକୁ ଆଧାର କରି ନୂଆ ଟେକ୍ନୋଲୋଜି ବ୍ୟବହାର କରି ପାରମ୍ପରିକ କ୍ରୁଜର ଠାରୁ ଅଲଗା ଲୁକ ଦିଅଯାଇଛି । ଯାହା ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ଗିକ୍ସର ଭଳି ଫ୍ରେମ ଥିବା କିଛି ପରିବର୍ତନ କରାଯାଇଛି । ସିଟର ଉଚ୍ଚତା ୭୪୦ମିଲିମିଟର କମାଯାଇଥିବା ବେଳେ ଚକର ଅଧିକାଂଶ ଭାଗ ଅତୁଟ ରଖାଯାଇଛି ।

ଏହି ନୂଆ ବାଇକ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି । ବିଫି ଟ୍ୟାଙ୍କ ସହ ତ୍ରିକୋଣିୟ ହେଡଲ୍ୟାମ୍ପ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଗାଡିରେ ଆରାମରେ ବସିବା ପାଇଁ ସିଟର ଉଚତା କମାଇବା ସହ ଫୁଟ ପେଗକୁ ଟିକେ ଆଗରେ ରଖାଯାଇଛି । ଗିକ୍ସର ଭଳି ଗାଡିକୁ ସଂପୂର୍ଣ୍ଣ ଡିଜିଟାଲ କରାଯାଇଛି ଓ ପ୍ରଥମ ଥର ପାଇଁ ସୁଜୁକି ଏଲଇଡି ଲାଇଟି ବ୍ୟବହାର କରିଛି ।

ଉଦଘାଟନୀ ଉତ୍ସବରେ ସୁଜକି ମୋଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏମଡି କହିଥିଲେ ସାତୋଶୀ ଉଚିଡା କହିଥିଲେ ୧୯୮୫ରେ ଇଂଟ୍ରୋଡର ଜନ୍ମ ନେଇଥିଲା ଏବଂ ଆଜି ନୂଆ ରୂପରେ ଆସିଛି କ୍ରୁଜର । ସୁଜୁକି ନୂଆ ରୂପରେ ଆଣିଥିବାରୁ ଗର୍ବ ଅନୁଭବ କରୁଛି । ଯିଏ ବିଶ୍ୱରେ ନିଜର ସ୍ୱତନ୍ତ୍ର ଷ୍ଟାଇଲ ଓ ପ୍ରଦର୍ଶନ ପାଇଁ ଭାରତବାସୀ ଗ୍ରହଣ କରିଛନ୍ତି ।ଆମେ ସବୁବେଳେ ଆମ ଯୁବ ଗ୍ରାହକଙ୍କ ଇଚ୍ଛା ପ୍ରତି ପ୍ରତିଶୁତିବଦ୍ଧ । ନୂଆ ଷ୍ଟାଇଲ ସହ ଉନ୍ନତ ଧରଣର ଟେକ୍ନୋଲୋଜି ବିଶିଷ୍ଟ ବାଇକ ଦେବାକୁ ଚେଷ୍ଟା କରିଥାଉ ।

ଇଂଟ୍ରୋଡର -୧୫୦ରେ ୧୫୦ ସିସି ଇଂଜିନ, ଏୟାର କୁଲଡ, ସିଙ୍ଗଲ ସିଲିଣ୍ଡର ଇଂଜିନ ରହିଛି । ପାଂଚଟି ସ୍ପିଡ ଗିଅର ବକ୍ସ , ୧୭ଇଂଚର ଥ୍ରୀ ସ୍ଲିପ୍ଟ ସ୍ପୋକ , ଆଲଏ ହ୍ୱିଇଲ ଅଛି ଯାହା ବଜାଜର ଆଭେଞ୍ଜର ସହ ପ୍ରତିଦ୍ୱନ୍ଦିତା କରିପାରିବ । ଗାଡିର ସାମ୍ନା ଟେଲିସ୍କୋପିକ ଫର୍କ ସହ ଆଗ ଓ ପଛରେ ଡିସ୍କ ବ୍ରେକ ଉପଲବ୍ଧ ଅଛି । ଏହାର ଲୁକ୍ସ ବହୁତ ସୁନ୍ଦର ଅଛି,ଯିଏ ବଜାରରେ ଏକା ହିଁ ପ୍ରତିଦ୍ୱନ୍ଦୀତା କରିପାରିବ । ଏହା ଅନ୍ୟ ବ୍ରାଣ୍ଡର ବାଇକ ବିକ୍ରି ଉପରେ ପ୍ରଭାବ ପକାଇବ ବୋଲି ସୁଜୁକି ମୋଟସାଇକେଲ ଇଣ୍ଡିଆର ଉପ-ସଭାପତି କହିଛନ୍ତି ।