ନୂଆ ରୂପରେ ବଜାରକୁ ଆସିଲା ସୁଜୁକି ଆକ୍ସେସ୍ ୧୨୫ ! ଦେଖନ୍ତୁ ଏହାର ନୂଆ ଲୁକ୍

64

ସୁଜୁକି ଭାରତରେ ନିଜର ଲୋକପ୍ରିୟ ସ୍କୁଟର ଆକ୍ସେସ୍୧୨୫କୁ ଦୁଇଟି ନୂଆ ରଙ୍ଗରେ ବଜାରକୁ ଆଣିଛି । କମ୍ପାନୀ ଦୁଇଟି ମ୍ୟାଟ କଲରକୁ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି । ତେବେ ଡ଼ିସ୍କ ବ୍ରେକ ଥିବା ନୂଆ ଆକ୍ସେସ୧୨୫ର ମୂଲ୍ୟ କମ୍ପାନୀ ୫୯,୦୬୩ ହଜାର ଟଙ୍କା ରଖିଛି । କମ୍ପାନୀ ଯୋଡ଼ିଥିବା ଦୁଇଟି ନୂଆ ରଙ୍ଗ ମଧ୍ୟରେ ରହିଛି ଫିବ୍ରୋଇନ ଗ୍ରେ ଏବଂ ମେଟାଲିକ ମ୍ୟାଟ ବ୍ଲାକ । ପୂର୍ବରୁ ଆକ୍ସେସ୍୧୨୫ ପର୍ଲ ସୁଜୁକି ଡ଼ିପ ବ୍ଲୁ ନମ୍ୱର-୨, କୈଂଡ଼ି ସୋନୋମା ରେଡ଼, ମେଟାଲିକ ମ୍ୟାଟ୍ ଫିବ୍ରୋଇନ ଗ୍ରେ, ମେଟାଲିକ ସୋନିକ ସିଲଭର ଏବଂ ଗ୍ଲାସ ସ୍ପାର୍କଲ ବ୍ଲାକ ଶେଡ଼ସ୍‌ ଆଦି ରଙ୍ଗରେ ଉପଲବ୍ଧ ଅଛିଛି । ମାତ୍ର ନୂଆ ଆକ୍ସେସ୍ ୧୨୫ରେ ରଙ୍ଗ ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ପରିବର୍ତ୍ତନ କରାଯାଇନାହିଁ ।

ନୂଆ ଆକ୍ସେସ୍୧୨୫ରେ ବିଏସ-୪ ବିଶିଷ୍ଟ ୧୨୪ସିସି, ଫୋର ଷ୍ଟ୍ରୋକ, ଗୋଟିଏ ସିଲିଣ୍ଡର, ଏୟାର କୁଲଡ଼ ଇଂଜିନ ଦିଆଯାଇଛି । ଯାହାକି ୮.୫୮ବିଏଚପି ଶକ୍ତିଯୁକ୍ତ ଏବଂ ୯.୮ର ପିକ ଟୋର୍କ ଜେନେରେଟ କରେ । ଏଥିରେ ଅଟୋମେଟିକ ହେଡ଼ଲ୍ୟାମ୍ପ ଅନ, ଆଲୟ ହ୍ୱିଲ୍ସ, କ୍ରୋମ ମିରର ଏବଂ ଗ୍ରୈବ ରେଲ୍ସ ଦିଆଯାଇଛି । ଏଇଠି କହିରଖୁଛୁ ଯେ, ଭାରତୀୟ ଦୁଇ ଚକିଆ ଯାନ ବଜାରରେ ଏହି ସ୍କୁଟରଟି ହୋଣ୍ଡା କାକ୍ଟିଭା୧୨୫, ହୋଣ୍ଡା ଆଭିଏଟର ଏବଂ ମହିନ୍ଦ୍ରା ରୋଡ଼ିଓ ଆରଜେଡ଼ ସହ ମୁକାବିଲା କରୁଛି । ନିକଟରେ ସୁଜୁକି ଲେଟ୍ସରେ ମଧ୍ୟ ଏକ ନୂଆ ରଙ୍ଗ ଯୋଡ଼ିଛି ।

                                ସୌଜନ୍ୟ-ଆଜତକ.କମ୍