ବିଭିନ୍ନ ଦେଶର ଭାରତୀୟ ଦୂତାବାସକୁ ପଠାଗଲା ରହସ୍ୟମୟ ପ୍ୟାକେଟ୍ ! ଛାନଭିନ୍ ଜାରି, ଭାରତ ବିରୋଧରେ ଷଡ଼ଯନ୍ତ୍ର ନୁହେଁ ତ ?

165

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ବୁଧବାର ଦିନ ଏକ ସନ୍ଦିଗ୍ଧ ପ୍ୟାକେଟ୍ ପହଞ୍ଚିଥିଲା । ଆଉ ଯାହାପରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ୟାକେଟ୍ ପହଞ୍ଚିବା ପରେ ଦୂତାବାସରୁ ସମସ୍ତଙ୍କୁ ବାହାରକୁ ବାହାର କରି ପୋଲିସ ଯାଂଚ ଆରମ୍ଭ କରିଦେଇଛି । ଏହି ଖବର ପ୍ରଘଟ ହେଲା ପରେ ପରେ ଜଣାପଡ଼ିଲା କେବଳ ମେଲବର୍ଣ୍ଣ ନୁହେଁ କାନବେରା ଓ ଅନ୍ୟ ଏକ ସ୍ଥାନର ଭାରତୀୟ ଦୂତାବାସରେ ମଧ୍ୟ ଏପରି ସନ୍ଦିଗ୍ଧ ପ୍ୟାକେଟ୍ ମିଳିଛି ।

ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଅନୁସାରେ , ମେଲବର୍ଣ୍ଣର ଭାରତୀୟ ବାଣିଜ୍ୟ ଦୂତାବାସ ସର୍ବପ୍ରଥମେ ସନ୍ଦିଗ୍ଧ ପ୍ୟାକେଟ୍ ଆସିଥିବାର ସୂଚନା ଦେଇଥିଲା । ଏହାପରେ ପାଖାପାଖି ଏକ ଡର୍ଜନ ଭାରତୀୟ ଦୂତାବାସରୁ ରହସ୍ୟମୟ ପ୍ୟାକେଟ୍ ମିଳିବାର ଖବର ଆସିଥିଲା । ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଦୁତାବାସ ଗୁଡ଼ିକ ମଧ୍ୟରେ ୟୁନାଇଟେଡ଼୍ କିଙ୍ଗଡମ୍, ନ୍ୟୁଜିଲାଣ୍ଡ, ଜାପାନ, ପାକିସ୍ତାନ, ଦକ୍ଷିଣ କୋରିଆ, କର୍ମାନୀ, ଗ୍ରୀସ୍, ସ୍ୱିଡ଼େନ୍, ସ୍ୱିଜରଲାଣ୍ଡ, କ୍ରୋଏସିଆ ସାମିଲ ଅଛନ୍ତି ।

ତେବେ ସନ୍ଦିଗ୍ଧ ପ୍ୟାକେଟ୍ ମିଳିବା ପରେ ସବୁଆଡ଼େ ଛାନଭିନ୍ ଜାରି ହୋଇଯାଇଛି । ଅଷ୍ଟ୍ରେଲିଆ ପୋଲିସ ଅନୁସାରେ ଏବେ ପ୍ୟାକେଟ ଗୁଡ଼ଇକର ଯାଂଚ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଏବେଯାଏଁ ପ୍ୟାକେଟ୍ ଯୋଗୁଁ କୌଣସି ପ୍ରକାର ଦୁର୍ଘଟଣାର ଖବର ଆସିନାହିଁ । ତେବେ ଏଇଠି ପ୍ରଶ୍ନ ଉଠୁଛି କେବଳ ଭାରତୀୟ ଦୂତାବାସ ଗୁଡ଼ିକୁ ହିଁ କାହିଁକି ପଠାଯାଉଛି ସନ୍ଦିଗ୍ଧ ପ୍ୟାକେଟ୍ । ଏହାର ଭାରତ ବିରୋଧରେ କୌଣଓି ଷଡ଼ଯନ୍ତ୍ର ନୁହେଁ ।