ଜୀବନ ସଂଘର୍ଷରେ ହାରିଗଲେ ନିଲମ୍ବିତ ହୋମଗାର୍ଡ : କଟକ ଏସସିବିରେ ଆଖି ବୁଜିଲେ ସନ୍ଦୀପ ହାତୀ

25

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ହୋଇଛି । କଟକ ଏସସିବିରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆତ୍ମାହୁତି ଉଦ୍ୟମ ପରେ ସେ ଗୁରୁତର ହୋଇପଡିଥିବାରୁ ଏସସିବିରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଏସସିିବିର ଟ୍ରମା ଆଇସିୟୁରେ ଭର୍ତି କରାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ହୋଇଛି ।

ଚାକିରିରୁ ଛଟେଇ ପ୍ରତିବାଦରେ ନବୀନ ନିବାସ ସାମ୍ନାରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ସନ୍ଦୀପ। ତାଙ୍କର ଶରୀରର ପ୍ରାୟ ୬୦ ଭାଗ ପୋଡିଯାଇଥିଲା । ସନ୍ଦୀପ ଜଣେ ହୋମଗାର୍ଡ ଭାବେ କାମ କରୁଥିବାବେଳେ କୌଣସି କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ପୁନଃ ଚାକିରିରେ ଅବସ୍ଥାପିତା କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରି ନିରାଶ ହେବା ପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ।