ଆଜି ପୁଣି ଏନଆଇଏରେ ହାଜର ହେବେ ଅଖତାର ଖାନ୍ ! କାଲି ଦୀର୍ଘ ସମୟ ଧରି ହୋଇଥିଲେ ଜେରାର ସମ୍ମୁଖୀନ

21

କନକ ବ୍ୟୁରୋ: ଏନଆଇଏ ମୁଖ୍ୟାଳୟ ଦିଲ୍ଲୀରେ ଆଜି ପୁଣି ଥରେ ଅଖତାର ହୁସେନ୍ ଖାନଙ୍କୁ ଜେରା କରାଯିବ । ଗତକାଲି ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଖତାରଙ୍କୁ ଜେରା କରିଥିଲା ଏନଆଇଏ । ରାତିରେ ବାହାରିବା ପରେ ପ୍ରତିକ୍ରିୟା ଦେଇ ଅଖତାର କହିଥିଲେ ଓଡିଶାରେ ପଚରା ଯାଇଥିବା ପ୍ରଶ୍ନକୁ ପୁଣି ପଚରା ଯାଇଛି । ଏହା ସହିତ ତାଙ୍କର ବ୍ୟାଙ୍କ ଟ୍ରାଞ୍ଜାକସନ ନେଇ ପଚାରାଯାଇଛି । ଆତଙ୍କବାଦୀଙ୍କ ସହ ଲିଙ୍କ୍ ସନ୍ଦେହରେ ତାଙ୍କୁ ପଚରା ଉଚରା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ଗତ ନଭେମ୍ବର ୨୯ ତାରିଖରେ କଟକ କିଶନନଗର ସାମନ୍ତରାପୁର ବସ୍ତିରେ ରହୁଥିବା ଅଖତାର ଖାନଙ୍କୁ ଠାବ କରିବା ପାଇଁ କଟକରେ ପହଂଚିଥିଲା ଏନଆଇଏ । ଅଖତାରଙ୍କୁ ଦୀର୍ଘ ୪ଘଂଟା ଧରି ମାରାଥନ ଜେରା କରିଥିଲେ ୬ଜଣ ଏନଆଇଏ ଅଧିକାରୀ । ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ଆଜି ଦିଲ୍ଲୀ ମୁଖ୍ୟାଳୟରେ ହାଜର ପାଇଁ ଅଖତାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।