ଅଖତାରଙ୍କୁ ଏନଆଇର ମାରାଥନ୍ ଜେରା ! ଆଜି ତୃତୀୟ ଥର ପାଇଁ ହାଜର ହେବେ ଅଖତାର

29

କନକ ବ୍ୟୁରୋ: ଆଜି ପୁଣି ଏନଆଇଏରେ ହାଜର ହେବେ ଅଖତାର । ସୋମବାର ଏନଆଇଏର ଦୁଇ ଜଣିଆ ଦଳ ହୁସେନକୁ ୯ ଘଂଟା ଧରି ଜେରା କରିଥିଲେ । ଗତକାଲି ୧୦ଟାରେ ଏନଆଇଏ ମୁଖ୍ୟାଳୟରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ତେବେ ହୁସେନ୍ ପୁଅ ସହିତ ଠିକ୍ ସମୟରେ ହାଜର ହୋଇଥିଲେ ମଧ୍ୟ ତାଙ୍କୁ ସନ୍ଧ୍ୟା ଯାଏଁ କୌଣସି ପଚରା ଉଚରା କରାଯାଇନାହିଁ ।

ପରେ ଆଜି ହାଜର ହେବାକୁ ତାଙ୍କୁ କୁହାଯାଇଛି । ସନ୍ଦିଗ୍ଧ ଲସ୍କର-ଏ-ତୋଇବା ଆତଙ୍କବାଦୀ ନଇମ ଓରଫ ନୋମି ସହିତ ହୁସେନର ସମ୍ପର୍କ ଥିବା ନେଇ ଏନଆଈଏ ପଚରାଉଚରା କରୁଥିବା କୁହାଯାଉଛି । ତେବେ ହୁସେନ୍ ଏଭଳି କୌଣସି ଜେରା ହୋଇନଥିବା ଏବଂ ସେ କିଛି ଜାଣିନଥିବା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ତଥା ବେଆଇନ ଅର୍ଥ ନେଣଦେଣର ଜଡିତ ଥିବା କଟକ ଜିଲ୍ଲା କିଶନନଗର ବ୍ଲକ୍ ସାମନ୍ତରାପୁରର ଅଖତାର ହୁସେନ ଖାନକୁ ମାରାଥନ ଜେରା କରୁଛି ଏନଆଇଏ । ଗତ ସୋମାବାର ଏନଆଇଏର ୨ ଜଣିଆ ଟିମ୍ ହୁସେନକୁ ଦୀର୍ଘ ସମୟ ଧରି ଜେରା କରିଥିଲେ । ଜେରା ପରେ ହୁସେନକୁ ନୂଆଦିଲ୍ଲୀ ସ୍ଥିତ ଏନଆଇଏ ମୁଖ୍ୟାଳୟରେ ମଙ୍ଗଳବାର ୧୦ଟା ବେଳେ ପୁଣିଥରେ ହାଜର ହେବାକୁ କୁହାଯାଇଥିଲା । ତେବେ ହୁସେନ ପୁଅ ସହିତ ଠିକ୍ ସମୟରେ ହାଜର ହୋଇଥିଲେ ହେଁ ତାକୁ ସନ୍ଧ୍ୟା ଯାଏଁ କୌଣସି ପଚରାଉଚରା କରାଯାଇନଥିଲା । ତେବେ ଆଜି ପୁଣି ଥରେ ହାଜର ହେବାକୁ କୁହାଯାଇଛି ।