ବ୍ରହ୍ମପୁରରେ ଚାଞ୍ଚଲ୍ୟ! ବ୍ୟାଙ୍କ ଶାଖା ସମ୍ପାଦକଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା

306

କନକ ବ୍ୟୁରୋ: ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ସମବାୟ ସମିତି ବ୍ୟାଙ୍କ ଶାଖା ଭିତରୁ ସମ୍ପାଦକ ଜଗନ୍ନାଥ ପାତ୍ରଙ୍କ ଦରପୋଡା ଶବ ମିଳିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ପ୍ରାଥମିକ ତଦନ୍ତରୁ ସଟସର୍କିଟରୁ ନିଆଁଲାଗି ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ପୁଲିସ ଓ ସାଇଂଟିଫିକ ଟିମ ଯାଇ ଘଟଣାସ୍ଥଳରେ ତଦନ୍ତ କରିଛି । ତେବେ ପାରିପାଶ୍ୱର୍ର୍ିକ ସ୍ଥିତିରୁ ମୃତ୍ୟୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପେଟ କିଛି ବର୍ଷ ତଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ବି ହୋଇଥିଲା । ତେବେ ଜଗନ୍ନାଥଙ୍କ ମୃତ୍ୟୁ ନିଆଁ ଲାଗି ହୋଇଛି ନା ଅନ୍ୟ କାରଣରୁ ହୋଇଛି ସେ ନେଇ ତଦନ୍ତ ଜାରି ରହିଛି । ସବୁଦିନ ଭଳି ଜଗନ୍ନାଥ ପାତ୍ର ଗତକାଲି ଅଫିସକୁ ଯାଇଥିଲେ । ତେବେ ମଧାହ୍ନ ୨ଟା ପରେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖି ଗାଁ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବାବେଳକୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଫାଇଲପତ୍ର ଜଳୁଥିଲା । ଆଉ ଜଗନ୍ନାଥଙ୍କ ମୃତଦେହ ଚଟାଣରେ ପଡିଥିଲା । ମେନ ସୁଇଚକୁ ବନ୍ଦ କରାଯାଇ ନିଆଁକୁ ଆୟତ କରାଯାଇଥିଲା । ବାପାଙ୍କ ମୃତ୍ୟୁ ପରେ ଜଗନ୍ନାଥ ବ୍ୟାଙ୍କରେ ଚାକିରୀ ପାଇଥିଲେ ।