ପ୍ରକାଶ ପାଇଲା ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା । ସ୍ଥାନ ପାଇଲେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି, ‘ମହାକାଶ ମହିଳା’ ଭାବେ ପୂରା ବିଶ୍ୱରେ ନାଁ କରିଛନ୍ତି ସୁସ୍ମିତା ।

535

କନକ ବ୍ୟୁରୋ : ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲେ ସୁସ୍ମିତା ମହାନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭ ଭାରତୀୟ ମହିଳା ରହିଛନ୍ତି । ଯେଉଁଥିରେ ସୁସ୍ମିତାଙ୍କ ନାଁ ମଧ୍ୟ ରହିଛି । ସ୍ୱେଶ ୱିମେନ୍ ନାମରେ ଜଣାଶୁଣା ସୁସ୍ମିତା ଦେଶରେ ପ୍ରଥମ ସ୍ୱେଶ ଷ୍ଟାର୍ଟଅପ୍ ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲେ । ଇସ୍ରୋର ପୂର୍ବତନ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ଏହାପୂର୍ବରୁ ବିଭିନ୍ନ ଦେଶର ସରକାରୀ ଓ ବେସରକାରୀ ମହାକାଶ ସଂସ୍ଥା ସହ କାମ କରିଛନ୍ତି ।

ବୋଇଂ, ନାସା, ଇରୋପୀୟ ସ୍ପେଶ ଏଜେନ୍ସି, ଇସ୍ରୋ ଭଳି ବଡ ବଡ ମହାକାଶ ସଂସ୍ଥା ସହ କାମ କରିଥିବା ସୁସ୍ମିତା ୨୦୦୮ରେ ଦେଶରେ ପ୍ରଥମକରି ନିଜସ୍ୱ ସ୍ପେଶ ଷ୍ଟାର୍ଟଅପ୍ ଆର୍ଥ ଟୁ ଅରବିଟ୍ ଆରମ୍ଭ କରିଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍, ଅହମ୍ମଦାବାଦରୁ ମାଷ୍ଟର ଡିଗ୍ରୀ ହାସଲ କରଥିବା ସୁସ୍ମିତା ଫ୍ରାନ୍ସ, ସ୍ୱିଡେନ ଭଳି ଦେଶରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଏବେ ସେ ନିଜର ମହାକାଶ ସଂସ୍ଥା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ପଛର କାରଣ ଓ ଏହାକୁ କିଭଳି ରୋକାଯାଇପାରିବ ତାହା ଉପରେ କାର୍ଯ୍ୟ କରୁଛନ୍ତି ।

ସୁସ୍ମିତା ବିଶ୍ୱର ପ୍ରଥମ ମହିଳା ମହାକାଶ ଉଦ୍ୟୋଗପତୀ ଯିଏ ୩ଟି ମହାଦେଶରେ ନିଜର କମ୍ପାନି ଆରମ୍ଭ କରିଛନ୍ତି । ଗତ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଏହି ଯୋଜନା ଅନୁସାରେ ନିଜ ପଢିଥିବା ସ୍କୁଲର ବିକାଶ ପାଇଁ କୌଣସି ବ୍ୟକ୍ତି ଆର୍ଥିକ ସହାୟତା ଦେଲେ, ସେହି ସ୍କୁଲର ଭିତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସମାନ ପରିମାଣର ଆର୍ଥିକ ଅନୁଦାନ ଦେବେ ।