ଡାକ୍ତର ସୁସ୍ମିତା ମହାନ୍ତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ! ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଭାବେ କରିବେ କାର୍ଯ୍ୟ

46

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଭାବେ ଡକ୍ଟର ସୁସ୍ମିତା ମହାନ୍ତିଙ୍କୁ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟର ସୁସ୍ମିତା ମହାନ୍ତିଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମର ନିଯୁକ୍ତ କରାଯାଇଥିବା ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ପରେ ସୁସ୍ମିତା ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଗୁର ଦାୟିତ୍ୱ ପାଇ ନିଜକୁ ଗର୍ବିତ ମନେ କରୁଛି । ଓଡିଶା ପ୍ରତି ମୋର ଗଭୀର ଭଲ ପାଇବା ରହିଛି । ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ କାମ କରିବି ବୋଲି କହିଛନ୍ତି ଡକ୍ଟର ସୁସ୍ମିତା ମହାନ୍ତି । ସେ ଏବେ ଆର୍ଥ ଟୁ ଅରବିଟ କନସଲଟିଙ୍ଗ ପ୍ରାଇଭେଟ ଲିମିଟେଡର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି ।

ଗତ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଏହି ଯୋଜନା ଅନୁସାରେ ନିଜ ପଢିଥିବା ସ୍କୁଲର ବିକାଶ ପାଇଁ କୌଣସି ବ୍ୟକ୍ତି ଆର୍ଥିକ ସହାୟତା ଦେଲେ, ସେହି ସ୍କୁଲର ଭିତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସମାନ ପରିମାଣର ଆର୍ଥିକ ଅନୁଦାନ ଦେବେ ।