ସାଉଦି ଆରବରେ ଜଣେ ଭାରତୀୟ ଫସି ରହିଥିବା ଘଟଣା : ରିୟାଦ ଦୂତାବାସ ଅଧିକାରୀଙ୍କ ସହ ସୁଷମାଙ୍କ ଆଲୋଚନା

32

ସାଉଦି ଆରବରେ ଜଣେ ଭାରତୀୟ ଫସି ରହିଥିବା ଘଟଣାରେ ରିୟାଦ ସ୍ଥିତ ଭାରତୀୟ ଦୂତାବାସ ସହ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେଠାରେ ଫସି ରହିଥିବା ହାଇଦ୍ରାବାଦର ୩୨ ବର୍ଷିୟ ଯୁବକ ମୋହମ୍ମଦ ମଂସୁର ହୁସୈନ ଉପରେ ନଜର ରଖିବାକୁ ରିୟାଦ ଦୂତାବାସ ଅଧିକାରୀଙ୍କୁ କହିଛନ୍ତି ସୁଷମା ସ୍ୱରାଜ ।

ତେବେ ସୂଚନା ମୁତାବକ, ଲୁଟ୍ ପାଟ୍ ମାମଲାରେ ସାଉଦି ଆରବର ଏକ ଅଦାଲତ ହୁସୈନକୁ ୧ବର୍ଷ ଜେଲଦଣ୍ଡ ସହ ୩ଶହ ଚାବୁକ ମାଡ଼ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ହୁସୈନର ପରିବାର ଲୋକେ ସୁଷମା ସ୍ୱରାଜଙ୍କୁ ଟୁଇଟ୍ କରି ଜଣାଇବା ସହ ସହାୟତା ମାଗିଥିଲେ ।